ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୯/୧୦) : ଅକ୍ଟୋବର ୯ ତାରିଖ ଦିନକୁ ସାରା ରାଜ୍ୟରେ ବିପ୍ଲବୀ ନେତା ନାଗଭୂଷଣ ପଟନାୟକଙ୍କ ସ୍ମୃତି ଦିବସ ରୂପେ ପାଳନ କରାଯାଇଛି ।
ଏହି ଅବସରରେ ସି ପି ଆଇ (ଏମ ଏଲ) ଲିବରେସନ ତରଫରୁ ନାଗଭୂଷଣ ପଟ୍ଟନାୟକଙ୍କ ୨୫ ତମ ସ୍ମୃତି ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଆଜି ଗୁଣପୁର ବାଳିକା ବିଦ୍ୟାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବାଇପାସ୍ ଛକ ଠାରେ ଥିବା ନାଗଭୂଷଣ ପଟ୍ଟଭନାୟକ ପ୍ରତିମୂର୍ତ୍ତୀରେ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ, ଫଣୀଭୁଷଣ ପଟ୍ଟନାୟକ, ପି ଭେକଂଟ ରାଓ, ରାଜକିଶୋର, ଅନାସିମ ଶବର, ନିରଞ୍ଜନ ଶବର ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ୧୯୩୪ ମସିହା ନଭେମ୍ବର ୨୭ରେ ଏହି ମହାନ ଜନନାୟକ ଜନ୍ମ ଗ୍ରହଣ କରିଥିଲେ । ୯ ଅକ୍ଟୋବର ୧୯୯୮ ମସିହାରେ ଚେନ୍ନାଇର ଏକ ମେଡିକାଲରେ ଏହି ମହାନ ଜନନେତାଙ୍କ ମୃତ୍ୟୁ ହୋଇଥିଲା । ଜଣେ କମ୍ୟୁନିଷ୍ଟ ବିପ୍ଳବୀ ଭାବରେ ସାରା ପୃଥିବୀରେ ସେ ଜଣାଶୁଣା ଥିଲେ ।
ଓଡିଶାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା ଏହି ବିପ୍ଲବୀଙ୍କ ପିତା ଥିଲେ ରାମମୂର୍ତ୍ତି ପଟ୍ଟନାୟକ ଏବଂ ମାତା ରାଜଲକ୍ଷ୍ମୀ ପଟ୍ଟନାୟକ । ନାଗଭୂଷଣ ପଟ୍ଟନାୟକ ଶୋଷଣ ବିରୁଦ୍ଧରେ ଆଦିବାସୀ ମାନଙ୍କ ଅଧିକାର ପାଇଁ ନକ୍ସଲବାରୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ଜଣେ ନିର୍ଭୀକ ନେତା ଭାବେ ସେ ସାରା ଭାରତବର୍ଷରେ ପରିଚିତ । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଆଦିବାସୀ ମାନଙ୍କ ଜଳ, ଜମି, ଜଙ୍ଗଲ ଅଧିକାର ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ କରୁଣା କର ଲିମା , ମିନ ଶବର, ଗଣେଶ ଶବର, ମୋଜସ ଶବର ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ ।