Thursday, March 28, 2024

Top 5 This Week

Related Posts

ଉଜାଡ଼ି ଦେଉଛନ୍ତି ଧାନ ଚାଷ, ଭୟଭିତ ଚାଷୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୯/୧୦) : ଦିନକୁ ଦିନ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି l କେତେବେଳେ ହାତୀ ଧାନ ନଷ୍ଟ କରୁଛି ତ ପୁଣି କେତେବେଳେ ପନିପରିବା କୁ ଉଜାଡ଼ି ଦେଉଛନ୍ତି ।

ଚାଷ ଆରମ୍ଭରୁ ଆସିଥିବା ହାତୀ ପଲ ଧାନ ଚାଷକୁ ଉଜାଡ଼ି ଦେଇ ଚାଲୁଥିବାରୁ ହାତୀକୁ ନେଇ ଚିନ୍ତାରେ ରହୁଛନ୍ତି ଚାଷୀ କୁଳ । ହାତୀ ଦ୍ୱାରା କ୍ଷତି ଗ୍ରସ୍ଥ ହୋଇଥିବା ଚାଷୀ କ୍ଷତିପୂରଣ କୁ ଅନାଇବସିଥିଲେ ବି ବର୍ଷ ବର୍ଷ ହେଲା ଏହା କୁ ଚାହିଁ ରହିଛିନ୍ତି କିନ୍ତୁ ପାଉନି କ୍ଷତି ପୂରଣ ଏବେ ପୁଣି ହାତୀ ପଲ ଆସି ଦେଓଗାଁ ବ୍ଲକ ଭିତରେ ଆତଙ୍କ ମଚାଉ ଥିବାରୁ ଚାଷୀ ମାନେ ଭୟବିତ ହୋଇ ରହିଥିବାବେଳେ ଫସଲକୁ ରକ୍ଷା କରିବା ପାଇଁ ଜଙ୍ଗଲ ପାଖ ବିଲରେ କିଛି ଚାଷୀ ଉଜାଗର ରହୁଛନ୍ତି । ତଥାପି ହାତୀ ଚାଷ ନଷ୍ଟ କରୁଥିବାର ଅଭିଯୋଗ ଆସୁଛି । ଆଠଗାଁ ଫରେଷ୍ଟ ସେକ୍ସନ ର ଫଟାମୁଣ୍ଡା ବିଟ ଅଞ୍ଚଳରେ ବ୍ୟାପକ ଭାବରେ ଧାନ ଚାଷ କୁ ନଷ୍ଟ କରି ମଠଖାଇ ସଂରକ୍ଷିତ ଜଙ୍ଗଲ କୁ ହାତୀ ପଲ ଚାଲି ଯାଇଛନ୍ତି l ବନ ବିଭାଗ ହାତୀ କୁ ନେଇ ସଠିକ ଖବର ଦେଉନ ଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି ।

Popular Articles