Friday, March 29, 2024

Top 5 This Week

Related Posts

ମାଁ ମାର୍କମା ମହାବିଦ୍ୟାଳୟରେ ସାଇବର କ୍ରାଇମ୍ ସଚେତନତା କାର୍ଯ୍ୟକ୍ରମ

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୦୯/୧୦) : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ମାଁ ମାର୍କମା ମହାବିଦ୍ୟାଳୟ ଠାରେ ସାଇବର କ୍ରାଇମ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । 

ରାଜ୍ୟବ୍ୟାପି ଏହି ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଆଜି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଏହି ସାଇବର ସଚେତନତା ରଥ ଟି କୁ ସ୍ଥାନୀୟ ମହାବିଦ୍ୟାଳୟ ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥ୍ୟ ଭାବେ ବିଷମ କଟକ ଏସଡିପିଓ ସନ୍ତୋଶିନି ଓରାମ ଯୋଗ ଦେଇ ଛାତ୍ରଛାତ୍ରୀ ସମେତ ଉପସ୍ଥିତ ସମସ୍ତଙ୍କୁ ସାଇବର କ୍ରାଇମ ପ୍ରତି ସଚେତନ କରିଥିଲେ । ବିଶେଷ କରି ଯୁବ ସମାଜ କିଭଳି ଅନଲାଇନ ଠକାମୀର ଶିକାର ହେବା ରୁ ନିଜକୁ ରକ୍ଷା କରିପାରିବେ ସେ ନେଇ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହ ସାଧାରଣ ଜନସାଧାରଣଙ୍କୁ ଏ ବିଷୟରେ ଅବଗତ କରାଇବା ସହ ଯଦି ସାଇବର ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ ନମ୍ବର କୁ ଫୋନ ଯୋଗେ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।

Popular Articles