Friday, March 29, 2024

Top 5 This Week

Related Posts

ବଳଦେବ ଜୀଉଙ୍କ ପ୍ରିୟ ନୈବେଦ୍ୟ “ରସାବଳି” କୁ ମିଳିଛି GI ମାନ୍ୟତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୦୯/୧୦) : ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ପ୍ରିୟ ନୈବେଦ୍ୟ “ରସାବଳି” କୁ ମିଳିଛି GI ମାନ୍ୟତା

ଏହା ସାରା କେନ୍ଦ୍ରାପଡ଼ା ରେ ଖୁସିର ଲହରୀ ଖେଳାଇ ଦେଇଛି । ଏହି ପରିପ୍ରେକ୍ଷୀରେ ବଳଦେବ ସେନା ପକ୍ଷରୁ ପୂର୍ବରୁ ରସାବଳି ଉତ୍ସବ ପାଳିତ ହୋଇଥିଲା । କିନ୍ତୁ ଏହି ମାନ୍ୟତା ହାସଲ କାର୍ଯ୍ୟରେ ଅନେକ ବ୍ୟକ୍ତି ବିଶେଷ, ତଥା ସାମ୍ବାଦିକ ବନ୍ଧୁ ମାନେ ନିରନ୍ତର ପ୍ରଚେଷ୍ଟା ଜାରି ରଖିଥିଲେ । ଏଣୁ ସେ ସମସ୍ତ ବ୍ୟକ୍ତି ମାନଙ୍କୁ ନେଇ ଆଜି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଯାତ୍ରୀ ନିବାସ ଠାରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଳଦେବ ସେନାର ଉପଦେଷ୍ଟା ନିରଞ୍ଜନ ମେକାପ ଙ୍କ ସହ ଓଡ଼ିଶା ସଂସ୍କୃତି ଓ ପରମ୍ପରା ସୁରକ୍ଷା ସଂଗଠନ ର ଶ୍ରୀମତୀ ଜ୍ୟୋସ୍ନାମୟୀ ପରିଡ଼ା ତଥା ସୁସାହିତ୍ୟିକ ଅବସରପ୍ରାପ୍ତ ପ୍ରଫେସର ଶ୍ରୀଯୁକ୍ତ ନନ୍ଦ କିଶୋର ପରିଡ଼ା ଏବଂ ଉପସ୍ଥିତ ସମସ୍ତ ସାମ୍ବାଦିକ ବନ୍ଧୁ, ସାହିତ୍ୟିକ ବନ୍ଧୁ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

ଶିବାନନ୍ଦ ଆଶ୍ରମର ଶ୍ରୀ ମା ସ୍ଵାମୀ ଦିବ୍ୟ ସ୍ୱରୁପନନ୍ଦ ବଳଦେବ ସେନା କୁ ମଧ୍ୟ କାର୍ଯ୍ୟକ୍ରମ ନିମନ୍ତେ ସମ୍ବର୍ଦ୍ଧିତ କରିଥିଲେ । ଉପସ୍ଥିତ ଏବଂ କୌଣସି କାରଣରୁ ଅନୁପସ୍ଥିତ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ବଳଦେବ ସେନା ତରଫରୁ ସଭାପତି ପାପୁନ କୁମାର ସ୍ବାଇଁ ଏବଂ ସମ୍ପାଦକ ଅମର କୁମାର ବାରିକ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ରସାବଳି ବଣ୍ଟନ ସହ ମହାପ୍ରଭୁଙ୍କ ଭୋଗ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଳଦେବ ସେନାର ଜ୍ୟୋତି ରଞ୍ଜନ ପତ୍ରୀ, ଆଶୁତୋଷ ପଣ୍ଡା, ପ୍ରତୀକ ଅନୁରାଗ ଦାଶ, ସାରଦା ପ୍ରସନ୍ନ ରାଉତରାୟ, ହିମାଂଶୁ ରାଉତ, ଆଲୋକ ସାହୁ, ଖଗେଶ୍ବର ବେହେରା, ଉମେଶ ବେହେରା, ପଦ୍ମଲୋଚନ ସାହୁ, ଲାଲୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Popular Articles