ଗୁଣୁପୁର ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ସ୍ବାଗତ ସମାରୋହ କାର୍ଯ୍ୟକ୍ରମ

0
58
ଗୁଣୁପୁର ମହାବିଦ୍ୟାଳୟରେ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୯/୧୦) : ଆଜି ଗୁଣପୁର ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ବାଗତ ସମାରୋହ ସଭା ଅନୁଷ୍ଠିତ ହୋଇଥିଲା ।WhatsApp Image 2023-10-08 at 20.02.15

ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶଶୀ ଭୂଷଣ ମହାନ୍ତି ସଭାପତିତ୍ବ କରିଥିଲେ । ଓଡ଼ିଆ ବିଭାଗ ପକ୍ଷରୁ ଛାତ୍ରୀ ଯଶସ୍ୱିନି ପାଢ଼ୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଜଗନ୍ନାଥ ଦୀପ ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ତାମିଲା ପରାସେଠ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟରେ ଉପଲବ୍ଧ ପାଠାଗାରର ସଦୁପଯୋଗ କରିବା ଏବଂ ଭବିଷ୍ୟତରେ ଅନୁଷ୍ଠାନର ସୁନାମ ରଖିବା ପାଇଁ ସଦୁପଦେଶ ଦେଇଥିଲେ ।

ସେହିପରି ଓଡିଆ ବିଭାଗର ଅଧ୍ୟାପକ ଗୋକୁଳାନନ୍ଦ ସାହୁ, ଅଧ୍ୟାପକ ପ୍ରିୟବ୍ରତ ମହାକୁର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା, ସଂସ୍କୃତି, ପରମ୍ପରାର ମୂଲ୍ୟବୋଧ ତଥା ଓଡିଆ ଭାଷା ଓ ସାହିତ୍ୟର ମର୍ଯ୍ୟାଦା ରକ୍ଷା କରିବା ଦିଗରେ ମାର୍ଗଦର୍ଶନ କରିଥିଲେ । ଏହାପରେ ସଭାପତି ପୁରାଣର ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ଛାତ୍ରଛାତ୍ରୀ ମାନଙ୍କୁ ନୀତି, କର୍ତ୍ତବ୍ୟ, ସଂସ୍କାର ଓ ମୂଲ୍ୟବୋଧ ସଂପର୍କରେ କହି ଭବିଷ୍ୟତରେ ଭଲ ମଣଷଟିଏ ହେବା ପାଇଁ ପ୍ରେରଣା ଦେଇଥିଲେ । ଶେଷରେ ଛାତ୍ର ଜୀତେନ୍ଦ୍ର ରଥ ଧନ୍ୟବାଦ ଜ୍ଞାପନ କରିଥିଲେ ।