ପିକଅପ୍ ଗାଡି ଜବତ, ୨୭ ଗୋରୁ ଉଦ୍ଧାର

0
47
ପିକଅପ୍ ଗାଡି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୦୮/୧୦) : ବେଆଇନ ଗୋରୁ ବୋଝେଇ ପିକଅପ୍ ଗାଡି ଜବତ । ୨୭ ଗୋରୁ ଉଦ୍ଧାର । ବେଆଇନ ଗୋ-ଚାଲାଣ ବେଳେ ପିକଅପ୍ ଭ୍ୟାନକୁ ଅଟକ ରଖିଛି ବେଗୁନିଆ ପୋଲିସ ।

ଅତି ଦୟନୀୟ ଅବସ୍ଥାରେ ଏକ ପିକଅପ୍ ଭ୍ୟାନ ଯୋଗେ ବାହାର ରାଜ୍ୟକୁ ଗୋ-ଚାଲାଣ ହେଉଥିବା ସମୟରେ ଦକ୍ଷିଣପରୀକ୍ଷେତା ନିକଟ ରାସ୍ତାରୁ ପିକଅପ୍ ଭ୍ୟାନକୁ ଅଟକ ରଖିଥିଲା ବେଗୁନିଆ ପୋଲିସ । ଅଟକ ସମୟରେ ଗାଡିର ଡ୍ରାଇଭର ଓ ସହଯୋଗୀ ଫେରାର ହୋଇଯାଇଛନ୍ତି । ରବିବାର ଭୋର ସମୟରେ ଖବର ପାଇ ବେଗୁନିଆ ପୋଲିସ ଜାମୁସାହିରୁ ଦକ୍ଷିଣପରୀକ୍ଷେତା ଦେଇ ଯାଉଥିବା ଏକ ଗୋରୁ ବୋଝେଇ ଗାଡିକୁ ଅଟକାଇଥିଲେ । ଉଦ୍ଧାର ଗୋରୁଙ୍କୁ ଗୋଶାଳାକୁ ପଠାଯାଇଛି ।