ଆତ୍ମହତ୍ୟା କରିଥିବା ମୃତ ପୁଅକୁ ୨ ବର୍ଷଧରି ଝୁରୁଛି ନିଶହାୟ ମାଆ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

0
46
ଆତ୍ମହତ୍ୟା କରିଥିବା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୮/୧୦) : ଏମତି ଏକ ମାଆ ଯିଏକି ନିଜେ ଭିନ୍ନକ୍ଷମ ତଥା ବିଧବା ହୋଇ ସୁଦ୍ଧା ତାର ମମତା କୁ ଅସ୍ତ୍ର କରି ନେଇ ୧୭ ବର୍ଷ ଧରି ତା ପୁଅ କୁ ପାଳି,ପୋଷି ବଡ କରିଥିଲା । ହେଲେ ଉକ୍ତ ପୁଅ ହଠାତ୍ ଆତ୍ମହତ୍ୟା କରିଦେଇ ଥିଲା । 

ଆତ୍ମହତ୍ୟା କରିଥିବା ମୃତ ପୁଅକୁ ୨ ବର୍ଷଧରି ଝୁରୁଛି ନିଶହାୟ ମାଆ । ଉକ୍ତ ମାଆ ର ସଂସାର ଉଜୁଡ଼ି ଯାଇ ଥିଲା ଓ ବେକରେ ଫାସ ଲଗେଇ ହୋଇ ଝୁଲୁଥିବା ପୁଅ ସହ ଘର ର ଜିନିଷ ,ପତ୍ର ରେ ନିଆଁ ଲଗାଇ ନିଜେ ଜୀବନ ହାରି ଦେବା ଉଦ୍ୟମ କରି ଥିଲା । ଉକ୍ତ ମାଆ ବଞ୍ଚିଗଲା ସତ ହେଲେ ବର୍ତ୍ତମାନ୍ ସୁଦ୍ଧା ଏକାକୀ ଅସହାୟ ଜୀବନ ରେ ନିଜ ପୁଅ କୁ ଝୁରୁଛି । ସୂଚନାନୁସାରେ,ବିମଳା ନାଗ ନାମ୍ନୀ ଜଣେ ମହିଳା ଙ୍କୁ ଈଶ୍ୱର ନାଗ ନାମକ ଜଣେ ବ୍ୟକ୍ତି ବିବାହ କରି ବିମଳା ଙ୍କୁ ଗର୍ଭବତୀ କରି ଦେଇ ବିବାହ ର ସାତ ମାସ ପରେ କେଉଁ ଆଡେ ଫେରାର ହୋଇ ଯାଇଥିଲା । ଯାହାର କି କୌଣସି ଆଦି,ଅନ୍ତ୍ ମିଳି ପାରି ନାହିଁ । ଉଭୟ ସୁନ୍ଦରଗଡ ଜିଲ୍ଲା ରୁ ଟିଟିଲାଗଡ ସହର କୁ ଆସି ଏକ ଭଡ଼ା ଘରେ ରହିଥିଲେ ।

ବିମଳାଙ୍କ ଅନ୍ୟ କେହି ସମ୍ପର୍କୀୟ ଅବା ସାହା, ଭରଷା ନ ଥିବା ବେଳେ ସେ ଦୁଃଖ, କଷ୍ଟ ରେ ପେଟରେ ଥିବା ଶିଶୁ କୁ ଜନ୍ମ କରି ପାଳିଥିଲା । ସ୍ବାମୀ ସିନା ଦେହ ସୁଖ ଭୋଗ କରି ଚମ୍ପଟ ମାରି ଥିଲା ନିଜ ଜନ୍ମିତ ଶିଶୁ କୁ ପାଇ ତାର ସଂସାର ପୁଣି ଆରମ୍ଭ ହୋଇଥିଲା ,୧୭ ବର୍ଷ ଧରି ନିଜ ପୁଅ ବବଲୁ ନାଗ କୁ ବଡ କରିଥିଲା । ଶୁଣି ନ ପାରିବା ସହ କହି ନ ପାରୁ ନ ଥିବା ବିମଳା ନିଜ ପୁଅ କୁ ବିବାହ କରିବା କୁ ଟଙ୍କା ଯୋଗାଡ କରୁଥିଲା । ହେଲେ ସେ ହଠାତ୍ ଗତ ୨୦୨୧ ମସିହା ଜୁଲାଇ ୧୭ ତାରିଖ ରେ ଆତ୍ମହତ୍ୟା କରିଦେଇ ଥିଲା ଓ ବିମଳା ରହୁଥିବା ଘର ଛାଡି ଶବ ସତ୍କାର କରାଯାଇ ଥିବା ମଶାଣି ନିକଟ ରେ ଭୋକ,ଉପାସ ରେ ନିରାଶ ହୋଇ ପ୍ରାୟ ୧୭ ଦିନ ବସି ରହି ଥିଲା । କିଛି ସ୍ଵେଚ୍ଛାସବୀ ସେ ପୂର୍ବରୁ ରହୁଥିବା ସ୍ଥାନୀୟ ପୌର ପରିଷଦ ଅନ୍ତର୍ଗତ ଝାଙ୍କର ପଡ଼ା ସ୍ଥିତ ଭଡ଼ା ଘରୁ ଦର ପୋଡ଼ା କିଛି ସାମଗ୍ରୀ ଆଣି ଏକ ଛୋଟ ଚାଳ କୁଡିଆ ଘର କରି ଦେଇଥିଲେ ।

କେବଳ ଭିନ୍ନକ୍ଷମ ଭତ୍ତା ୫୦୦ ଟଙ୍କା ପାଉଥିବା ବେଳେ ରାସନ୍ କାର୍ଡ ଅବା ଅନ୍ୟ କୌଣସି ପ୍ରକାର ସୁବିଧା ପାଇ ପାରୁ ନାହିଁ । ଉକ୍ତ ଘର ନିର୍ମାଣ କରି ଥଇଥାନ କରିଥିବା ସ୍ଵେଚ୍ଛାସେବୀ ମାନେ ଗତ ଦୁଇ ବର୍ଷ ଧରି ଅନେକ ଥର ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିବା ସତ୍ତ୍ବେ କିଛି ସୁଫଳ ମିଳି ପାରି ନ ଥିବା ସାର ହୋଇଛି । ବର୍ତ୍ତମାନ୍ ପୁଅ ମୃତ୍ୟୁ ର ଦୁଇ ବର୍ଷ ବିତିଯାଇ ସାରିଛି, ସେହିପରି ଉକ୍ତ ବିମଳା ରହୁଥିବା ମଶାଣି ବା ସ୍ଥାନୀୟ ଟିଟିଲାଗଡ ମୁକ୍ତିଧାମ ନିକଟ ଘରେ ସେ ଅସାମାଜିକ ଯୁବକଙ୍କ ଭୟରେ ରାତିରେ ସୋଇ ନ ପାରି ରେଳ ଷ୍ଟେସନକୁ ଯାଇ ଆଶ୍ରୟ ନେଉଛି ।

ଇତି ମଧ୍ୟରେ କିଛି ଅସାମାଜିକ ଯୁବକ ଗତ ୫ ତାରିଖ ରେ ତାର ଉକ୍ତ ଝାଟି,ମାଟି ଘରେ ନିଆଁ ଲଗାଇ ଦେଇଥିବା ବେଳେ ପୋଲିସ ପିସିଆର ଭେନ୍ ଦେଖି ଫେରାର ହୋଇ ଯାଇଥିଲେ ଓ ଉକ୍ତ ଘର ପୋଡ଼ି ନଷ୍ଟ ହେବାରୁ ରକ୍ଷା ପାଇ ଯାଇଥିଲା । ଏହି ବିମଳାକୁ ସରକାରୀ ରାସନ୍ କାର୍ଡ ଟିଏ, ତଥା ଚିର ସ୍ଥାୟୀ ବାସଗୃହ ବ୍ୟବସ୍ଥା କରିବା ନିମନ୍ତେ ସ୍ଵେଚ୍ଛାସବୀ ମହଲରେ ଦାବି ହେଉଛି ।