Friday, March 29, 2024

Top 5 This Week

Related Posts

ପାଇପ ଚୋରୀ ଅଭିଯୋଗ ରେ ଜଣେ ଗିରଫ, ଚୋରୀ ପାଇପ ଜବତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୮/୧୦) : ସୁବର୍ଣ୍ଣପୁର ସଦର ମହକୁମାରେ ନିର୍ମାଣାଧୀନ ଡାକ୍ତରଖାନା ରୁ ପାଇପ ଚୋରୀ ହେବା ଓ ଅଭିଯୁକ୍ତ ଗିରଫ ହେବା ନେଇ ସୂଚନା ମିଳିଛି lWhatsApp Image 2023-10-07 at 23.24.38

ସୂଚନା ରୁ ପ୍ରକାଶ ଯେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମୁଣ୍ଡୋଘାଟ ର ମନୋଜ କୁମ୍ଭାର (୩୨) ପିତା. ସନ୍ତୋଷ କୁମ୍ଭାର ନିର୍ମାଣାଧୀନ ଡାକ୍ତରଖାନା ପରିସର ରୁ କୋପର ପାଇପ ଚୋରୀ ଅଭିଯୋଗ ରେ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି l ଗତ ୨୧/୦୯/୨୩ ରାତିରେ ପାଇପ ଚୋରୀ ହୋଇଥିଲା l ଏ ନେଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ର I/C ADMO ଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଚଳାଇଥିଲା l ଏ ନେଇ PS କେସ ନମ୍ବର ୨୨୩ date,24/09/23 U/s -457/380 IPC ଆଧାର ରେ ମାମଲା ରୁଜ୍ଜୁ ହୋଇଥିଲା l ଅଭିଯୁକ୍ତ ମନୋଜ କୁମ୍ଭାର ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି l ଚୋରୀ ହୋଇଥିବା କୋପର ପାଇପ ସବୁ ଜବତ ମଧ୍ୟ ହୋଇଛି l

Popular Articles