କଳା ସଂସ୍କୃତିକୁ ବଞ୍ଚେଇବା ପାଇଁ ଅଣ୍ଟା ଭିଡ଼ିଲେ ଡଙ୍ଗରିଆ

0
93
କଳା ସଂସ୍କୃତିକୁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୮/୧୦) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳ ପାର୍ସାଲି ପଞ୍ଚାୟତ ର କାନସୁର୍ ଗ୍ରାମରେ ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛାଙ୍କ ମାର୍ଗଦର୍ଶନ ରେ ନିୟମଗିରି କଳା ସଂସ୍କୃତି ପରିଷଦ କମିଟି ଗଠନ ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023-10-08 at 10.10.50 (1)

ଆଞ୍ଚଳିକ ଭାଷା ଓ କଳା ସଂସ୍କୃତି ଏବଂ ଲୋକକଳାର ପୁନଃରୁଦ୍ଧାର ସହ ପ୍ରଚାର ପ୍ରସାର ପାଇଁ ଏହା କାର୍ଯ୍ୟ କରିବ ବୋଲି ଜଣାପଡିଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଡି କେ ଡି ଏ ପ୍ରୋଜେକ୍ଟ ମେନେଜର ଅଲିପ୍ ଵାଗ୍ ଓ ସମ୍ମାନିତ ଅତିଥି ଭାବେ ଏକାଉଣ୍ଟଟେଣ୍ଟ ସଞ୍ଜୟ କୁମାର ମାଝୀ, ସମିତି ସଭ୍ୟ ବିକାଶ ବାଗ୍ ଉପସ୍ଥିତ ରହିଥିଲେ ସର୍ବସମ୍ମତି କ୍ରମେ ସଭାପତି ଭାବେ ବିଶ୍ଵନାଥ ମାଣ୍ଡିକା, ସମ୍ପାଦକ ବାମ ସିକକା, କୋଷାଧ୍ୟକ୍ଷ ସୁତୁ କର୍ସିକା ଙ୍କୁ ଚୟନ କରାଯାଇଥିଲା ଏଥିରେ ସମସ୍ତ ସଦସ୍ୟ ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ ।