Friday, March 29, 2024

Top 5 This Week

Related Posts

କାନଶୁର ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟର ଶୌଚାଳୟର ଘଟାଲା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୮/୧୦) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ପାରସାଲି ଗ୍ରାମ ପଞ୍ଚାୟତ ର କାନଶୁର ଏସ ଏସ ଡି ବାଳିକା ବିଦ୍ୟାଳୟ ରେ ଘଟାଲା ହୋଇଥିବା ଦେଖିବା କୁ ମିଳିଛି ।WhatsApp Image 2023-10-08 at 09.37.47

ବିଦ୍ୟାଳୟ କୁ 5T ରେ ସଂପୃକ୍ତ କରିବା ପରେ ସରକାର ଙ୍କ ପକ୍ଷରୁ ପ୍ରତ୍ୟେକ ବିଦ୍ୟାଳୟ ରେ ଉନ୍ନତି ମାନର ପରିବେଶ ସୃଷ୍ଟି କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କାନଶୁର ଏସ ଏସ ଡି ବାଳିକା ବିଦ୍ୟାଳୟ ରେ ନୂତନ ଭାବେ ଶୌଚାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଆଜିକୁ ପ୍ରାୟ ଏକ ବର୍ଷ ହେବାକୁ ଯାଉଛି । ନିମ୍ନମାନର କାମ ଅଧାପନ୍ତରିଆ ହୋଇ ରହିଛି । ଯାହା ଫଳରେ ସେହି ବିଦ୍ୟାଳୟ ର ଛାତ୍ରୀ ମାନେ ଶୌଚ କରିବା ପାଇଁ ଏଣେ ତେଣେ ଶୌଚ କରୁଥିବା ଜଣା ପଡୁଛି । 5T ବିଦ୍ୟାଳୟର କାର୍ଯ୍ୟଆଦେଶ ଯନ୍ତ୍ରୀ ଙ୍କ ନାମ ରେ ରହି ଥିବାରୁ ଯନ୍ତ୍ରୀ ଓ ଠିକାଦାର ମିଶି ନିମ୍ନମାନର କାମ କରିବା ସହ ବିଦ୍ୟାଳୟ ର କମିଟି ର କଥା କୁ ଗୁରୁତ୍ୱ ଦେଉ ନ ଥିବା ଜଣା ପଡିଛି ।

ଏହି ଶୌଚାଳୟ କୁ ନେଇ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କର ମନଇଚ୍ଛା ରେ କାମ କରୁଥିବା ସୂଚନା ମିଳିଛି । ସରକାରଙ୍କ ପକ୍ଷରୁ ବିଦ୍ୟାଳୟ କୁ ଉନ୍ନତି କରିବା ପାଇଁ ଫାଇଭ ଟି ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ଆସୁଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ମାନଙ୍କୁ ସାମିଲ ନ କରି ଯନ୍ତ୍ରୀ ଓ ଠିକାଦାର ମିଶି ନିମ୍ନମାନର କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା କୁ ଘଟାଲା କରୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Popular Articles