ମାକ୍ସ୍ ପିକ୍ଅପ୍ ସହ ଟ୍ରାକ୍ଟରର ଧକା, ଦୁଇ ଜଣ ଗୁରୁତର

0
45
ମାକ୍ସ୍ ପିକ୍ଅପ୍

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୭/୧୦) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ଧାମଲିମା ଗ୍ରାମର ବିଶ୍ରାମଗାର ସମ୍ମୁଖରେ ମାକ୍ସ୍ ପିକ୍ଅପ୍ ସହ ଟ୍ରାକ୍ଟର ଧକ୍କା ହୋଇଛି ।WhatsApp Image 2023-10-08 at 09.37.23

ସୂଚନା ଅନୁସାରେ ସନ୍ଧ୍ୟା ୬.୩୦ ମିନିଟରେ ରାୟଗଡ଼ା ଠାରୁ ଏକ ଲୁହା ବୋଝେଇ ଟ୍ରାକ୍ଟର ଫେରୁଥିବା ବେଳେ ଅପର ପକ୍ଷେ କଲ୍ୟାଣସିଂହପୁର ଆଡ଼ରୁ ଏକ ମାକ୍ସ ପିକ୍ ଅପ୍ ରାୟଗଡ଼ା ଯାଉଥିବା ସମୟରେ ଏହି ଘଟଣାଟି ଘଟିଛି । ସୂଚନା ଅନୁଯାୟୀ ଟ୍ରାକ୍ଟର ଟି କାଶୀପୁର ବ୍ଳକ ମିନାକୁଟି ବୋଲି ଶୁଣିବାକୁ ମିଳିଛି । ମେକ୍ସ ଫିକପ ଓ ଡି ୧୮ ଏଚ ୮୫୬୯ କଲ୍ୟାଣସିଂହପୁର ଠାରୁ ସେଣ୍ଟରିଙ୍ଗ ପଟା ଧରି ରାୟଗଡା ଅଭିମୁଖେ ଯାଉଥିବା ବେଳେ ଗାଡିଟି ଦ୍ରୁତଗତିରେ ଚଳାଉଥିବାରୁ ଡ୍ରାଇଭର କଣ୍ଟ୍ରାଲ କରି ପାରିନଥିଲେ । ଯାହା ଫଳରେ ସମୁଖ ରେ ଆସୁଥିବା ଟ୍ରାକ୍ଟର କୁ ଧକ୍କା ହୋଇଥିଲା ।

ଟ୍ରାକ୍ଟର ଓଲଟି ପଡିବାରୁ ଫିକପି ଗାଡିର ଡ୍ରାଇଭର ଫେରାର ହୋଇଥବା ସୂଚନା ମିଳିଛି । ଗୁରୁତର ଦୁଇ ଜଣକ ହେଲେ ନରେନ୍ଦ୍ର ନାୟକ (୨୩) ମିନାଖୁଣ୍ଟି ଗାଁ ଅନି ମାଝୀ (୨୦) ସିରିପାଇ ଗ୍ରାମ ଏହି ଦୁଇ ଜଣ ଙ୍କ ଅବସ୍ଥା ସାଙ୍ଗାତିକ ଥିବାରୁ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ୧୦୮ ଆମ୍ବୁଲେନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଛି ।