Friday, March 29, 2024

Top 5 This Week

Related Posts

ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ଓ ସତର୍କତା

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୮/୧୦) : ସଚେତନତା ଓ ସତର୍କତା ଦ୍ଵାରା ହିଁ ସାଇବର ଅପରାଧକୁ ରୋକି ହେବ । ଉକ୍ତ ବାର୍ତ୍ତାଟି ନେଇ ସାଇବର ଠକେଇ ସଚେତନତା ଲାଗି କନ୍ଧମାଳ ପୋଲିସ ତରଫରୁ ସାଇବର ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ ପଞ୍ଚାୟତ ଅଞ୍ଚଳ ବୁଲି ସମସ୍ତ ଜନସାଧାରଣଙ୍କ ସଚେତନତା ଅଭିଯାନ ଜାରି ରଖିଛି ।WhatsApp Image 2023-10-07 at 19.46.54

ଆଜି ସାଇବର ସୁରକ୍ଷା ରଥ ରାଇକିଆ ଠାରେ ପହଞ୍ଚିବା ପରେ ରାଇକିଆ ଜନସାଧାରଣ ଛାତ୍ରଛାତ୍ରୀ ଚୂନପଲ୍ଲୀ ଠାରେ ସ୍ଵାଗତ କରିଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ସାଇବର ସୁରକ୍ଷା ରଥକୁ ସହର ସାରା ପରିକ୍ରମା କରିବା ପରେ ପ୍ରଥମେ ରାଇକିଆ ବସଷ୍ଟାଣ୍ଡ ପରେ ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଠାରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ରଥରେ ପ୍ରଦର୍ଶିତ ହେଉଥିବା ସଚେତନତା ବାର୍ତ୍ତାକୁ ଜନସାଧାରଣ ଦେଖି ସାଇବର ଠକେଇ ସମ୍ପର୍କରେ ସଚେତନ ହୋଇପାରୁଛନ୍ତି । ବିଶେଷକରି ମହାବିଦ୍ୟାଳୟରେ ଏବଂ ଶିକ୍ଷାନୁଷ୍ଠାନ ଗୁଡିକରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ସାଇବର Volunteer ଭାବେ ଯୋଡି ହୋଇ ସଚେତନତା ବାର୍ତ୍ତା ଗାଁ ଗହଳି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସୂଚନା ଦିଆଯାଇଥିଲା ।

ଡିଏସପି ହୃଷୀକେଶ ନାୟକଙ୍କ ନେତୃତ୍ଵରେ ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ସାଇବର ଥାନା ଆଇଆଇସି ତରୁଣ ତପନ ବେହେରା ଏଥିରେ ସହଯୋଗ କରୁଛନ୍ତି । ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଆୟୋଜିତ ସଭାରେ ରାଇକିଆ ବିଡିଓ ଶରତ ଚନ୍ଦ୍ର ପାତ୍ର, ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରୀତମ ପ୍ରଧାନ, ରାଇକିଆ ଥାନା ଏସଆଇ ଅଶୋକ ତ୍ରିପାଠୀ, ମହାବିଦ୍ୟାଳୟ ସଭାପତି ରାଜମୋହନ ଦିଗାଳ, ବନିକ ସଂଘ ସଭାପତି ପଦ୍ମ ପଣ୍ଡା ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କୁ ସଚେତନ କରିଥିଲେ ।

Popular Articles