Friday, October 23, 2020
Home Cultural & Festival ମଧୁମୟ କଳା ସଂଗଠନ ତରଫରୁ କଳାକାରମାନଙ୍କୁ ସମ୍ବର୍ଦ୍ଧନା

ମଧୁମୟ କଳା ସଂଗଠନ ତରଫରୁ କଳାକାରମାନଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //
ବରଗଡ,ତା ୨୬/୯/୨୦): ବରଗଡ ମଧୁମୟ କଳା ସଂଗଠନ ତରଫରୁ କରୋନ କଟକଣାକୁ ଦୃଷ୍ଟିରେ ରଖି ସରକାରୀ ନିତିନିୟମକୁ ପାଲନ କରି ଅନଲାଇନ ମାଧ୍ୟମରେ ନୃତ୍ୟ , ଗୀତ, ଅଭିନୟ , କବିତା , ଲୋକ ବାଦ୍ୟ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ଆଜି ଆସ୍ଥା ନିବାସ ବରଗଡ ଠାରେ ସଂଗଠନ ର ଅଧ୍ୟକ୍ଷ ମୋତିଲାଲ ବାଗ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଡଃ ବିରେନ୍ଦ୍ର କୁମାର ବାଗ ଲୋକ କଳା ସଂସ୍କୃତି ଗବେଷକ ଓଡିଶା ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଲେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ରାଜ୍ୟ ଉପସଭାପତି ତଥା ମୁଧୁମୟ କଳା ସଂଗଠନ ର ଆଇନ ପରାମର୍ଶଦାତା ଆଶୁତୋଷ ରଥ ଯୋଗଦେଇ କଳା କୁ କିପରି ଉଦ୍ଜୀବିତ କରାଯାଇ ପାରିବ ,କଳା ସଂସ୍କୃତି ଓ କଳାକାର କୁ ଚିରନ୍ତନ ବିକଶିତ କିପରି ଭାବରେ କରାଯାଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ । ସୁ ଶ୍ରୀ ସୌଭାଗ୍ୟ ଲକ୍ଷ୍ମୀ ଦାଶ ପ୍ରାରମ୍ଭିକ ଗାନ କରିଥିବା ବେଲେ ସଂପାଦକ ଜଗନ୍ନାଥ କୁମ୍ଭାର ଅତିଥି ପରିଚୟ ପ୍ରଦାନ ଏବଂ ସଂଗଠନର ବିବରଣୀ ପାଠ କରିଥିଲେ । ପ୍ରତିଯୋଗିତାରେ ସୁ ଶ୍ରୀ ସୌଭାଗ୍ୟ ଲକ୍ଷୀ ଦାଶ , ଯତିନ କୁମାର ସାହୁ , ବଳରାମ ସାହୁ , ମମତା ଅଗଓ୍ବାଲ , ଆଲିଶା ଅଗ୍ରଓ୍ବାଲ , ଆକାଂକ୍ଷା ଅନ୍ନପୂର୍ଣା ସାହୁ , ଆର୍ଯ୍ୟନ ମହାନନ୍ଦ , ରାମ ବାରିକ , ଜିତ ସୁନା , ଅଶୋକ ଉର୍ମା , ଆରାଧ୍ୟା ଗୁରୁ , ସ୍ବୟାଂସୁ ସତ୍ୟ ପ୍ରଜ୍ଞା ସାହୁ , କବିତା ବିଭାର , ସୁ ଶ୍ରୀ ଅର୍ଚ୍ଚିତା ରଥ , ସିଦ୍ଧି ଦାଶ ପ୍ରମୁଖ ପ୍ରତିଯୋଗିଙ୍କୁ ଉତ୍ତରୀୟ , ମାନପତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ତିରିଶ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ନରେନ୍ଦ୍ର ପାଇକ ଧନ୍ୟବାଦ ଅର୍ପଣ କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: