ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

0
67
ବିଜୁ ଜନତା ଦଳ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୭/୧୦) : ଓଡିଶାର ସାଢ଼େ ଚାରିକୋଟି ଜନତାଙ୍କ ମଉଡମଣୀ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ଵାନକ୍ରମେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧୀର କୁମାର ଦାସଙ୍କ ନେତୃତ୍ୱରେ ଜନ ସେବା କାବର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସହ ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆଜି ଗୁଣୁପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023-10-07 at 17.26.48

ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା l ଜନ ସମ୍ପର୍କ ପଦଯାତ୍ରା ଗୁଣୁପୁର ନୂତନ ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ଟାଉନ ହଲ ଠାରେ ଶେଷ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ଶାରକା, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧୀର ଦାସ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ଅନୂସୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ସୁଶ୍ରୀ ସରସ୍ବତୀ ମାଝୀ, ମାନ୍ୟବର ବିଧାୟକ ଗୁଣୁପୁର ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ , ଅନ୍ୱେସାର ରାଜ୍ୟ ଉପଦେଷ୍ଟା ଏଲିନା ଦାସ, ଗଗନ ଆଚାର୍ଯ୍ୟ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ଉପ ସଭାପତି ଶ୍ରୀ ବିଷ୍ଣୁ ପ୍ରସାଦ ପଣ୍ଡା, ନଗର ସଭାପତି ରାମ ଚନ୍ଦ୍ର ପଣ୍ଡା, ବ୍ଲକ ସଭାପତି ଶ୍ରୀନିବାସ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।

ଡିଜେ, ଘୁମୁରା ଓ ଆଦିବାସୀ ବାଦ୍ୟର ତାଳେ ତାଳେ ମନ୍ତ୍ରୀ ନେତା ଝୁମି ଯାଉଥିବା ଦେଖିବାକୁ ମିଳିଥିଲା । ଏହି ଜନସମ୍ପର୍କ ପଦଯାତ୍ରାରେ ଗୁଣୁପୁର , ରାମନାଗୁଡ଼ା , ପଦ୍ମପୁର , ଗୁଡାରି , ଚନ୍ଦ୍ରପୁର ବ୍ଲକ ର ସମସ୍ତ ବିଜୁ ଜନତା ଦଳର ନେତା, ମନ୍ତ୍ରୀ, କର୍ମୀ ଓ ହଜାର ହଜାର ବିଜୁ ପ୍ରେମୀ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।