ଲେମ୍ବୁ ଦୋକାନୀଙ୍କୁ କଟୁରିରେ ଆକ୍ରମଣ କରି ଅଭିଯୁକ୍ତ ଛୁ

0
41
ଲେମ୍ବୁ ଦୋକାନୀଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୦୭/୧୦) : ପୁରୀ ସିଂହଦ୍ୱାର ଥାନା ଅନ୍ତର୍ଗତ ଉତ୍ତରଦ୍ୱାର ସମ୍ମୁଖରେ ଲେମ୍ବୁ ଦୋକାନୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

ଆହତ ବ୍ୟକ୍ତି ଜଣଙ୍କ ହେଲେ କୃଷ୍ଣ ସାହୁ । ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୃଷ୍ଣଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିଛି । ଗତକାଲି ରାତି ପ୍ରାୟ ୧୧ ଟା ୩୦ ସମୟରେ ଜଣେ ଗ୍ରାହକ ଦୋକାନକୁ ଆସି ଲେମ୍ବୁ କିଣିଥିଲେ । ସମସ୍ତ ଲେମ୍ବୁକୁ ଜରିରେ ଭର୍ତ୍ତି କରିବାକୁ ଦୋକାନୀକୁ କହିଥିଲେ । ପରେ ଗ୍ରାହକ ଜଣଙ୍କ ଦୋକାନୀକୁ କଟୁରିରେ ଆକ୍ରମଣ କରିଥିଲେ । ଦୋକାନୀ ଜଣଙ୍କ ଚିତ୍କାର କରିବାରୁ ଗ୍ରାହକ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ଲେମ୍ବୁ ଦୋକାନୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୁଲିସ ଘଟଣାର ତଦନ୍ତ କରୁଛି ଓ ଅଭିଯୁକ୍ତକୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି ।