Friday, March 29, 2024

Top 5 This Week

Related Posts

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଦୟନୀୟ ଅବସ୍ଥାରେ ଆଶ୍ରୟ ନେଇଛନ୍ତି ପରିବାର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୭/୧୦) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମାଲିସାହି (ଡୁଙ୍ଗୁରି) ଗାଁ’ରେ ବର୍ଷାରେ ପୁରନ୍ଦର ସାହୁଙ୍କ ଏକ ମାତ୍ର ଘର ଭାଙ୍ଗିପଡିଛି ।

ଫଲରେ ତାଙ୍କ ପରିବାର ଲୋକେ ଏକ ଦୟନୀୟ ଅବସ୍ଥାରେ ଏକ ଭଙ୍ଗା ବିପଦପୂର୍ଣ୍ଣ ଗୃହରେ ଆଶ୍ରୟ ନେଉଛନ୍ତି । ସୂଚନାଯୋଗ୍ୟ ଯେ ଗତ ଲଘୁଚାପ ଜନିତ ବର୍ଷା ଯୋଗୁଁ ପୁରନ୍ଦରଙ୍କ ମାଟି ଘର ଭୁଶୁଡ଼ି ପଡ଼ିଥିଲା । ଫଳରେ ଘରେ ଥିବା ବିଭିନ୍ନ ସାମଗ୍ରୀ ଓ ଚାଉଳ ନଷ୍ଟ ହୋଇଯାଇଛି । ଏବେ ତାଙ୍କ ପରିବାର ପଡୋଶୀ ଘରେ ଆଶ୍ରୟ ନେଇଛନ୍ତି । ପ୍ରକାଶ ଥାଉକି, ପୁରନ୍ଦର ଅନେକ ଥର ପ୍ରଧାନମନ୍ତ୍ରୀ ଆବାସ ଘର ପାଇଁ ବିଭିନ୍ନ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ସାମିଲ କରିନଥିବା କହିଛନ୍ତି । ସେ ଜଣେ ଗରିବ ଶ୍ରେଣୀର ପରିବାର ହୋଇଥିବା ବେଳେ ତାଙ୍କୁ ଆବସ ଘର ଯୋଗାଇଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଦାବି ହେଉଛି ।

Popular Articles