ଦେବଗିରି ଉନ୍ନତି ସକାଶେ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ଯନ୍ତ୍ରୀଙ୍କ ପରିଦର୍ଶନ

0
94
ଦେବଗିରି ଉନ୍ନତି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୫/୧୦) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଐତିହାସିକ ପ୍ରସିଦ୍ଧ ପଞ୍ଚମୁଖେଶ୍ୱର ଦେବଗିରି ପାହାଡର ଉନ୍ନତି ସକାଶେ ଆଜି ଆଦିବାସୀ ଉନ୍ନୟନ ସହକାରୀ ଯନ୍ତ୍ରୀ ତ୍ରିଲୋଚନ ସେଠୀ ଏବଂ ଯନ୍ତ୍ରୀ ଅଶୋକ ସେଠୀଙ୍କ ଗସ୍ତ ।

ଓଡିଶା ସରକାରଙ୍କ 5T ସଚିବଙ୍କ ଦ୍ଵାରା ଅନୁମୋଦିତ ହୋଇ ଆସିଥିବା ୧୨ ଲକ୍ଷ ଟଙ୍କାରେ ଦେବଗିରି ର ଉନ୍ନତି ସକାଶେ ନୂତନ ବୋର ୱେଲ, ପାହାଚ ଉପରେ ବିଶ୍ରାମ ନିମନ୍ତେ ଟିଣ ସେଡ, ରୋଷେଇ ଘରର ମରାମତି ଏବଂ ଦେବଗିରିର ଦର୍ଶନ ପରିସରରେ ଥିବା ଭକ୍ତ ମାନେ କି ଭଳି ଭାବରେ ସୁବିଧା ସହିତ ଦର୍ଶନ କରିପାରିବେ ସେହି ବିଷୟ ନେଇ କମିଟି ସଭାପତି ଭି ୱାରା ପ୍ରସାଦ ରାଓ ଆଲୋଚନା କରି ଉନ୍ନତି କରଣ ସକାଶେ ନୂତନ ପ୍ରୋପଜଲ ଦେଇଥିଲେ, ଉନ୍ନତି କରଣ କରିବା ପାଇଁ ଦେବଗିରି ପରିଚାଳନା କମିଟି ପକ୍ଷରୁ ଲିଖିତ ଦିଆଯାଇଛି ।

ଏଥିରେ ଦେବଗିରି ପରିଚାଳନା କମିଟିର ଉପ ସଭାପତି ସୁନ୍ଦର ରାଓ ବାଗ, ସନ୍ତୋଷ ପଟ୍ଟନାୟକ, କିଶୋର ଚନ୍ଦ୍ର ପାଢ଼ୀ, ପ୍ରଶାନ୍ତ ସେନାପତି, ତ୍ରିଲୋଚନ କୌଶଲ୍ୟା, ନାଗେଶ୍ୱର କୌଶଲ୍ୟା, ନରସିଂନାଥ ମହାପାତ୍ର, ସୁରେଶ ପାଢ଼ୀ, କ୍ରାନ୍ତିକାରୀ ଆଶ୍ରମର ବାବା ସ୍ବରୂପାନନ୍ଦ ଗିରି, ମନ୍ଦିର ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ରହିଥିଲେ । ଜଗନ୍ନାଥ ମନ୍ଦିର ପାଇଁ ୧୫ ଲକ୍ଷ ଟଙ୍କା, ଶିବ ମନ୍ଦିର କୁ ୫ଲକ୍ଷ ଟଙ୍କା, ଯେଉଁ ମନ୍ଦିର ପାଇଁ ଅର୍ଥ ଆସିଛି ତାହା ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ ଅଶୋକ ସେଠୀ କହିଛନ୍ତି ।