ଟିକାବାଲି ଠାରେ ଥିବା କଲ୍ୟାଣମଣ୍ଡପରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
49
ଟିକାବାଲି ଠାରେ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୬/୧୦) : କନ୍ଧମାଳ ଜିଲ୍ଲା ଟିକାବାଲି ଠାରେ ଥିବା କଲ୍ୟାଣ ମଣ୍ଡପ ଠାରେ ସବୁ ବ୍ଲକର ଟେଣ୍ଟ ହାଉସ୍ ମାଲିକ୍ ମାନଙ୍କର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଥିଲା ।

ଏହି ଉତ୍ସବ ପାଳନରେ ଟେଣ୍ଟ ବାଲା, ବେଲୁନ ସାଜ ସଜା ବାଲା, ମଣ୍ଡପ ବାଲା, ସମସ୍ତେ ଉପସ୍ଥିତ ଥିଲେ । ଏହି ବାର୍ଷିକ ଉତ୍ସବ ପାଳନରେ ଟେଣ୍ଟେ ହାଉସ୍ ସଭାପତି ସୁଧାଂଶୁ କୁମାର ସେନାପତିଙ୍କ ଦ୍ଵାରା ଆୟୋଜନ ହୋଇଥିଲା ଓ ଉପ ସଭାପତି, କୋଷାଧ୍ୟକ୍ଷ, ସମ୍ପାଦକ, ସମସ୍ତେ ଉପସ୍ଥିତ ଥିଲେ । ସଦସ୍ୟ ମାନେ ଯୁଗଳ ପଣ୍ଡା, ଜଗଦୀଶ ଦାଶ, ମଣ୍ଟୁ ବେହେରା, ପ୍ରସାନ୍ତ କୁମାର ବେହେରା ଓ ଅନେକ ଟେଣ୍ଟ ହାଉସ୍ ଲୋକ ମାନେ ଉପସ୍ଥିତ ଥିଲେ ।