Thursday, March 28, 2024

Top 5 This Week

Related Posts

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ମିଳୁନି ଘର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୬/୧୦) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି ସରକାର କିନ୍ତୁ ଅନେକ ଲୋକଙ୍କୁ ଘର ମିଳୁନଥିବା ଅଭିଯୋଗ ହୋଇଛି l

ଘର କରିଥିଲେ ମଧ୍ୟ ବିଲ ପାଇପାରୁନାହାନ୍ତି ହିତାଧିକାରୀ l ଫଳରେ ହିତାଧିକାରୀ ରହୁଛନ୍ତି ଭଙ୍ଗାଦଦରା ଘରେ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ପଞ୍ଚାୟତ ଅଧୀନ ମାଳପଡ଼ା ଗ୍ରାମରେ l ଆବାସ ଗୃହରୁ ବଞ୍ଚିତ ହିତାଧିକାରୀ ରହୁଛନ୍ତି ଭଙ୍ଗା ଦଦରା କୁଡ଼ିଆରେ l ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳଛି ମାଳପଡ଼ା ଗ୍ରାମରେ l ଏହି ଗ୍ରାମ ରେ ରହୁଥିବା ଗକୁଳ ରଣା ଙ୍କୁ ୨୦୨୦/୨୦୨୧ ରେ ଘରକରିବା ପାଇଁ ପ୍ରଶାସନ ପକ୍ଷରୁ କାର୍ଯ୍ୟାଦେଶ ଦିଆଯାଇଥିଲା l

ଧାର କରଜ କରି କାନ୍ଥ ଉଠାଇଦେଲେ ହେଲେ ପ୍ରଶାସନିକ ତ୍ରୁଟି ଯୋଗୁଁ ତିନି ବର୍ଷହେଲା ଘରବାବଦରେ ଟଙ୍କା ମିଳିନଥିବା ଅଭିଯୋଗ କରିଛନ୍ତି l ହେଲେ ତାଙ୍କ ଟଙ୍କା ଅନ୍ୟ ଜଣଙ୍କ ଖାତାକୁ ଯାଇଛି l ଆଜି ଯାଏଁ ଘର ଅଧପନ୍ତରିଆ ହୋଇ ପଡ଼ିରହିଛି l ଏହି ଘରର ବିଲ ପାଇଁ ବିଭିନ୍ନ ସମୟ ରେ ବିଭାଗୀୟ ଅଧିକାରୀଙ୍କୁ ଗୁହାରିକରିଥିଲେ ମଧ୍ୟକେହି ଶୁଣି ନଥିବା କହିଛନ୍ତି l ପ୍ରଶାସନ ପକ୍ଷରୁ ତୁରନ୍ତ ଏନେଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହିତାଧିକାରୀ ଉପକୃତ ହେବେ ବୋଲି କହିଛନ୍ତି l

Popular Articles