ବେସାହାରା ପରିବାର କୁ ସାହାରା ଦେଲେ ସମାଜସେବୀ ଓ ବିଶିଷ୍ଟ ବ୍ୟକ୍ତି

0
41
ବେସାହାରା ପରିବାର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୧୦) : ମାନବିକତା ଆଗରେ ଧନୀ ଗରିବ ଉଚ୍ଚ ନୀଚ୍ଚ ର ଆଦୌ ପାର୍ଥକ୍ୟ ନ ଥାଏ l ଯେମିତି ସମାଜରେ ପ୍ରତ୍ୟେକ ଜୀବନର ମୂଲ୍ୟ ବୋଧ ଅଛି lWhatsApp Image 2023-10-06 at 09.41.10

ଆଉ ତାହାର ଆଜି ପ୍ରମାଣ କରି ଦେଖାଇଛନ୍ତି ସୋନପୁର ଫରେଷ୍ଟ ସ୍ମାର୍ଟ ପାର୍କର ପ୍ରlତଃ ଭ୍ରମଣ କାରୀ , ୱାକର୍ସ ଓ ସମାଜସେବୀ ପ୍ରତିନିଧି ଦଳ l ଫରେଷ୍ଟ ସ୍ମାର୍ଟ ପାର୍କରେ କାର୍ଯ୍ୟ କରୁଥିବା ଓ ବିଦ୍ୟୁତ କରେଣ୍ଟ ରେ ମୃତ୍ୟୁ ବରଣ କରିଥିବା ଶ୍ରମିକ ବାସନ୍ତି ଦାସ ଙ୍କ ବେସାହାରା ପରିବାର କୁ ସାହାରା ଦେଲେ ବଂଚିବାର ଭରସା ଦେଲେ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ, ପାର୍କ ର ମର୍ନିଙ୍ଗ ୱାକର୍ସ, ସ୍ୱଚ୍ଛ ଭାରତ ସଂଗଠନ, ଫରେଷ୍ଟ ପାର୍କ କର୍ମଚାରୀ, ସମାଜସେବୀ, ସହର ର ବୁଦ୍ଧିଜୀବୀ ଓ ମହାନୁଭବ l ଗତ ମାସ ୨୫ତାରିଖ ରେ ଫରେଷ୍ଟ ପାର୍କ ରେ କରେଣ୍ଟ ଲାଗି ମୃତ୍ୟୁ ବରଣ କରିଥିବା ସ୍ଵର୍ଗୀୟl ବାସନ୍ତି ଦାସ ଙ୍କ ଶୋକ ସନ୍ତପ୍ତ ପରିବାରକୁ ଆଜି ସକାଳେ ଜିଲ୍ଲା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀ, ସମାଜସେବୀ ଅଭିମନ୍ୟୁ କୁଶଳ, ସୟଦ ଅଲିମୁଲ ଇସଲାମ, ଇନ୍ଦୁମତୀ ପୁରୋହିତ, ରବୀନ୍ଦ୍ର ଜେନା ଙ୍କ ନେତୃତ୍ୱ ରେ ୫୦ରୁ ଉର୍ଧ୍ଵ ମର୍ନିଙ୍ଗ ୱାକର୍ସ, ସମାଜସେବୀ, ପାର୍କ କର୍ମଚାରୀ, ବୁଦ୍ଧିଜୀବୀ ଭେଟି ସାନ୍ତ୍ୱନା ଦେଲେ ଓ ଆର୍ଥିକ ସହାୟତା ଦେଲେ l

ଏହା ସହିତ ସର୍ଗୀୟl ବାସନ୍ତି ଙ୍କ ଦୁଇ ଝିଅ, ଏକ ମାତ୍ର ଛୋଟ ପୁଅ ର ଶିକ୍ଷା, ସ୍ୱାସ୍ଥ୍ୟ, ବାସ ଗୃହ ଓ ସାମାଜିକ ଜୀବନ ର ସମସ୍ତ ଆନୁସଙ୍ଗୀଙ୍ଗ ସୁବିଧା ସଯୋଗ ପ୍ରଶାସନ ଓ ସଂଗଠନ ପକ୍ଷରୁ ଯୋଗାଇ ଦେବାକୁ ଭରସା ଦେଇଥିଲେ l ଏହା ସହିତ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଙ୍କ ପକ୍ଷରୁ ୫ହଜାର , ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀ ଙ୍କ ପକ୍ଷ ରୁ ୪ହଜାର, ଯୋଗାଣ ବିଭାଗ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ପକ୍ଷରୁ ୨୫୦୦ ଶହ, ପାର୍କ କର୍ମଚାରୀଙ୍କ ପକ୍ଷରୁ ୫ହଜାର ସ୍ୱଚ୍ଛ ଭାରତ, ମର୍ନିଙ୍ଗ ୱାକର୍ସଙ୍କ ପକ୍ଷରୁ ୧୫ହଜାର ଟଙ୍କା ସମୁଦାୟ ନଗଦ ୩୨ ହଜାର ଟଙ୍କା ଏଇ ବେସାହାରା ପରିବାର କୁ ଆର୍ଥିକ ସହାୟତା ପ୍ରଦାନ କରି ମାନବିକତା ପରିଚୟ ଦେଇଛନ୍ତି l ତେଣୁ ଏମାନଙ୍କ ଭଳି ଦୁର୍ଦିନ ରେ ଥିବା ଲୋକ ଙ୍କ ପାଖରେ ପ୍ରତ୍ୟୋକ ମାନବବାଦୀ ମଣିଷ ଚୁପ ହୋଇ ରହି ନପାରେ l ଆଉ ପରସ୍ପର ପ୍ରତି ସହାନୁଭୂତି ସହଯୋଗ ରଖିବା ପ୍ରତ୍ୟୋକ ଲୋକ ଙ୍କ ଦୁର୍ଦିନ ସମୟରେ ସାହାରା ଦେବା ପ୍ରକୃତ ମାନବବାଦୀ ଅଟେ l ଯାହାକି ଆଜିର ଏଇ ମହାନୁଭବ ଙ୍କ ମାନବବାଦୀ ଉଦାହରଣ ଆଗାମୀ ଯୁବ ପିଢୀ ପାଇଁ ସମାଜ ପାଇଁ ଏକ ଶୁଭଙ୍କର ଅଟେ l

ଆଜିର ର ଏଇ କାର୍ଯ୍ୟକ୍ରମରେ ସଂଯୋଜକ ମନୋରଞ୍ଜନ ତ୍ରିପାଠୀ, ଗରିବ ଲୋଇ, ଆନନ୍ଦ ପାତ୍ର, ଯୋଗେନ୍ଦ୍ର ସେଠି, ଜନ୍ମଜୟ ପାତ୍ର, ସନ୍ତୋଷ ମିଶ୍ର, ଡl, ଦେବେଶ ପଣ୍ଡା, କାର୍ତ୍ତିକେଶ୍ୱର ପଣ୍ଡା, ଆଶିଷ ସାହୁ, ବେଣୁ ନାଏକ, ପ୍ରତାପ ମେହେର, ବଲୁରାମ ଆଗ୍ରୱାଲ, ଦୀପ୍ତି ମୟୀ ସାହୁ, ସୁଲେଖା ମହାରଣl, ସଂଗୀତା ନାଏକ, ଶ୍ରୀବନ୍ତ ମିଶ୍ର, ଅକ୍ଷୟ ପାତ୍ର, ସରତ ଭୋଇ, ତରଣୀ ମେହେର, ମହୋନ ବାବୁ, ହରି ଶଙ୍କର ଚୌଧୀରି, ରାଜ କିଶୋର ତ୍ରିପାଠୀ, ବୈକୁଣ୍ଠ ଶତପଥୀ, ଶିବ ନାରାୟଣ ବହିଦାର, ଶାନ୍ତନୁ ବାଗ, ପ୍ରଫୁଲ୍ଲ ନାଏକ, ମନୋଜ ପଣ୍ଡା, ପ୍ରମୁଖ ସ୍ବେଛାସେବୀ ଯୋଗ ଦେଇଥିଲେ l