Friday, March 29, 2024

Top 5 This Week

Related Posts

5-T ରେ ସାମିଲ ହେଲା ବାଉଁଶୁଣି କଲେଜ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୧୦) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବାଉଁଶୁଣି ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସରକାରଙ୍କ 5-T ଯୋଜନାରେ ସାମିଲ ହୋଇଛି ।WhatsApp Image 2023-10-05 at 19.53.45 (1)

ରାଜ୍ୟ ସରକାରଙ୍କ ତରଫରୁ କଲେଜକୁ ସାମିଲ ହୋଇଥିବାରୁ ଛାତ୍ରଛାତ୍ରୀ ମହଲରେ ଖୁସିରଲହରି ଖୋଲିଜାଇଛି । ଏନେଇ ଆଜି କଲେଜର ଅଧ୍ୟକ୍ଷ ବନବିହାରି ମିଶ୍ରଙ୍କ ଅଧ୍ୟକ୍ଷତାରେ 5-T ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିନିକା ଭାରାପ୍ରାପ୍ତ ବିଡ଼ିଓ ଆନନ୍ଦ କୁମାର ଦାସ, ଏସିଷ୍ଟାଣ୍ଟ ଏକଯୁକେଟିବ ଇଂଜିନିୟର ଦିପକ ଗଡତିଆ, ଅମୁଲ୍ୟରତ୍ନ ସାଇନି, ଜେଇ ଉଦୟନାଥ କିଶାନ, ବ୍ଳକ ଉପାଧ୍ୟକ୍ଷ ନିର୍ମଳ ଷାଣ୍ଢ, ଅର୍ଥଶାସ୍ତ୍ର ଅଧ୍ୟାପକ ଶିବ ଦତ୍ତ ପଣ୍ଡା, ଓଡିଆ ଅଧ୍ୟାପକ ବିଶେଶ୍ବର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।

ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଦିବେଶ୍ବର ପାଣ୍ଡେ, ୟୁରେକା ମହଳା ଓ ପ୍ରାଚିମୟି ହୋତା ଶିକ୍ଷାନୁଷ୍ଠାନର ସ୍ମାର୍ଟ କ୍ଳାସ ରୁମ, ଇ-ଲାଇବ୍ରେରୀ, ସ୍ବଚ୍ଛ ସୌଚାଲୟ, ସାଇକେଲ ଷ୍ଟାଣ୍ଡ ଏବଂ ନିର୍ମଲ ଜଲ ଉପ ସଜସ୍ବ ଦାବି ସାବ୍ୟସ୍ତ କରିଥିଲେ । ସଭାକୁ ରାଜେଶ ପଟ୍ଟନାୟକ ପରିଚାଳନା କରିଥିବାବେଳେ ସାନ୍ତନୁ ସାହୁ ଧନ୍ୟବାଦ ଦେଇଥିଲେ । ଏଥିରେ କୈରା ମଳ୍ଳିକ, ବିଶ୍ବନାଥ ସା, କାଶୀନାଥ ସା, ହରିବୋଲ ସା, ରାଧାମୋହନ ଖମାରି ପ୍ରମୁଖ ଉପସ୍ଥିତ ଥିଲେ ।

Popular Articles