Thursday, October 22, 2020
Home District News ବିପଦ ସଂକୁଳ ଅବସ୍ଥାରେ ନଦୀପାର ହୋଇ ସେବା ଯୋଗାଉଛନ୍ତି ଅଙ୍ଗନବାଡି କର୍ମୀ ଓ ସାମାଜିକ କର୍ମୀ

ବିପଦ ସଂକୁଳ ଅବସ୍ଥାରେ ନଦୀପାର ହୋଇ ସେବା ଯୋଗାଉଛନ୍ତି ଅଙ୍ଗନବାଡି କର୍ମୀ ଓ ସାମାଜିକ କର୍ମୀ

ରିପୋର୍ଟ: ରାଜକମଲ ପୁରୋହିତ //
ଚିତ୍ରକୋଣ୍ଡା (୨୪ /୦୯ /୨୦୨୦): ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦ୍ରୁତ ମାଓ ପ୍ରବଣ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ରାଲେଗଡା଼ ପଞ୍ଚାୟତ ଅନ୍ତର୍ଭୁକ୍ତ ଉପାନ୍ତ ଅଞ୍ଚଳ ରୂପେ ପରିଚିତ |

ନେରୁଡୁପାଲି, ସୁଆପାଲି ଗ୍ରାମକୁ ନେରୁଡ଼ପାଲି ଗ୍ରାମର ଅଙ୍ଗନବାଡି କର୍ମୀ ହେମଲତା ଶୀଶା ଓ ସୁଆପାଲି ଗ୍ରାମର ଅଙ୍ଗନବାଡି କର୍ମୀ ପ୍ରମିଳା ଗେଲମେଲ ଏବଂ ରାଲେଗାଡ଼ା ପଞ୍ଚାୟତର ସୋସିଆଲ ୱାର୍କର ବିରାଜ ମଣ୍ଡଳ ନିଜ ନିଜର ଜୀବନକୁ ବାଜି ଲଗାଇ ନେରୁଡ଼ପାଲି ସାପୁଆନଦୀ ପାର ହୋଇ ସେବା ଯୋଗାଉଛନ୍ତି | ଏହି ନଦୀର ଗଭୀର ଅକାତକାତ ପାଣି ଭିତରେ ନିଜ ନିଜ ଅଣ୍ଟା ଓ କାନ୍ଧରେ ଲାଉତୁମ୍ବା ବାନ୍ଧି ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହୋଇ ବହୁ କଷ୍ଟରେ ସ୍ୱାଭିମାନ ଅଞ୍ଚଳକୁ ଯାଇ ସେବା ଯୋଗାଉଛନ୍ତି | ପ୍ରକାଶ ଥାଉକି ନଦୀ ପାର ହୋଇ ଅଙ୍ଗନବାଡି କର୍ମୀ ନିଜ ଅଙ୍ଗନବାଡି କେନ୍ଦ୍ର କୁ ଯିବା ସହିତ ତାଙ୍କ କେନ୍ଦ୍ର ପୃଷ୍ଟକର ଦିବସ ପାଳନ କରିଥିବା ବେଳେ ସୋସିଆଲ ୱାର୍କର ତାଙ୍କ ସହ ମିଶି ଉକ୍ତ ଗ୍ରାମକୁ ଯାଇ ଭତ୍ତା ବଣ୍ଟନ କରିଥିଲେ | ଏଇଟା ସେମାନଙ୍କ ପାଖରେ ଥରେ ନୁହେଁ ବର୍ଷା ଦିନେ ହେଲା ମାତ୍ରେ ପ୍ରତି ବର୍ଷ ଭଳି ଦୈନିକ ଏଇଭଳି ବିଭିର୍ନ ସାହାଯ୍ୟକୁ ଆଶ୍ରା କରି ନଦୀ ପାର ହୋଇ ଯାତାୟାତ କରିବାକୁ ପଡ଼େ ବୋଲି ସେମାନେ କହିଛନ୍ତି | ସେମାନେ ତାଙ୍କ ନିଜ ଜୀବନକୁ ବାଜି ଲଗାଇ ଏଇଭଳି ସେବା ଯୋଗାଇ ଆସିଥାନ୍ତି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: