ପୋଲିସ ପକ୍ଷରୁ ସାଇବର ଅପରାଧ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
52
ପୋଲିସ ପକ୍ଷରୁ

ରିପୋର୍ଟ : ରାକେଶ ମହାରଣା
କୋଦଳା, (୦୬/୧୦) : ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ସାଇବର ଅପରାଧ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023-10-05 at 17.54.49

ଏହି କାର୍ଯ୍ୟକ୍ରମକୁ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, ଏସ ଆଇ ଶ୍ରଦ୍ଧାଞ୍ଜଳି ସେନାପତି, ଏ ଏସ ଆଇ ସସ୍ମିତା ବେହେରା, ଏ ଏସ ଆଇ ଅମୂଲ୍ୟ ରନୁବୀର, ସାଇବର ସେଲ ଗଞ୍ଜାମ, ଅନ୍ୟାନ୍ୟ ସମସ୍ତ ପୋଲିସ କର୍ମଚାରୀ,ସରପଞ୍ଚ ଚିତ୍ରସେନ ଘୋଷ, ଗୋଷ୍ଠି ଶିକ୍ଷାଧ୍ୟାକାରୀ ସଦ୍ୟସ୍କାନ୍ ପଣ୍ଡା, ପ୍ରଧାନ ଶିକ୍ଷୟତ୍ରୀ ଡ.ସ୍ନିଗ୍ଧାରାଣି ସ୍ବାଇଁ, ସଭାପତି ଶିବ ବିଶୋୟୀ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଗଞ୍ଜାମ ଅତିରିକ୍ତ ଏସ ପି ରଂଜିତ ପୃଷ୍ଟି ଶୁଭ ଉଦଘାଟନ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଏକ ନାଟକ ପରିବେଷଣ କରି ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ସାଇବର ଅପରାଧ ସମ୍ପର୍କରେ ଅବଗତ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ସ୍କାଉଟ୍ ମାନେ ଭାଗନେବା ସହିତ ସ୍କାଉଟ୍ ମାଷ୍ଟର ନିରଞ୍ଜନ ବିଶ୍ବାଳ ସମ୍ପୂର୍ଣ୍ଣ ପରିଚାଳନା କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମମତା ପଣ୍ଡା, ସାହିଦା ବେଗମ, ମଧୁଛନ୍ଦା ଜେନା, ଜ୍ୟୋସ୍ନାବାଳା ସେନାପତି, ଲକ୍ଷ୍ମଣ ସାହୁ, ପ୍ରମିତା ଦାସ, ମନୋଜ କୁମାର ସ୍ଵାଇଁ, ବିନାୟକ ସାହାଣୀ, ନମିତା ପ୍ରିୟଦର୍ଶିନୀ ଜେନାଏବଂ କମିଟି ସଦସ୍ୟ ମନୋଜ କୁମାର ସାହୁ ସହଯୋଗ କରିଥିଲେ ।