ଭାରତ ମୁକ୍ତି ମୋର୍ଚ୍ଚା ଏବଂ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚାର ଶାନ୍ତିପୂର୍ଣ୍ଣ ପଦଯାତ୍ରା

0
55
ଭାରତ ମୁକ୍ତି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୫/୧୦) : ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଚାଲିଥିବା ହିଂସା, ଗୃହଦାହ, ମହିଳା ମାନଙ୍କ ପ୍ରତି ଯୌନ ନିର୍ଯାତନା ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସହ ମଣିପୁରରେ ଶାନ୍ତି ଓ ସଦଭାବନା ପ୍ରତିଷ୍ଠା କରିବା ସମ୍ପର୍କରେ, ଆଜି ଭାରତ ମୁକ୍ତି ମୋର୍ଚ୍ଚା ଏବଂ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚା, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଗୁଣପୁର ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।WhatsApp Image 2023-10-05 at 15.51.20

ବର୍ତ୍ତମାନ ମଣିପୁରରେ ଚାଲିଥିବା ହିଂସା, ଗୃହଦାହ, ମହିଳା ମାନଙ୍କ ପ୍ରତି ଯୌନ ନିର୍ଯାତନା ଆମ ଦେଶର ସମ୍ମାନକୁ ସାରା ବିଶ୍ବରେ ଲଜ୍ଜିତ କରିଛି । ଆହୁରି ଲଜ୍ଜିତ ଲାଗିଲା ଯେ, ମଣିପୁରର ଘଟଣା ସମ୍ପର୍କରେ ଦୁଃଖ ପ୍ରକାଶ କରିବାକୁ ଦେଶର ପ୍ରଧାନମନ୍ତ୍ରୀଙ୍କୁ ୭୭ ଦିନ ସମୟ ଲାଗିବା । ତାହାବି ହୋଇନଥାନ୍ତା ଯଦି କୁକି ଆଦିବାସୀ ସମ୍ପ୍ରଦାୟର ଦୁଇ ମହିଳାଙ୍କୁ ଉଲଗ୍ନ ପ୍ୟାରେଡ୍ ସହ ଯୌନ ନିର୍ଯ୍ୟାତନା ଘଟଣା ପଦାକୁ ଆସିନଥାନ୍ତା ଓ ସୁପ୍ରିମକୋର୍ଟ ସରକାରଙ୍କୁ ତାଗିଦ୍ କରିନଥାନ୍ତେ । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତୁରନ୍ତ ହସ୍ତକ୍ଷେପ କରି ଶାନ୍ତି ସମାଧାନ ପାଇଁ ପଦକ୍ଷେପ ନେବାକୁ ଆଜି ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଭାରତ ହେଉଛି ସେହି ଦେଶ , ଯେଉଁଠି ସକାଳର ଆରମ୍ଭ ମନ୍ଦିରର ଘଣ୍ଟି, ମସଜିଦର ଆଦାନ, ଗୀର୍ଜାର ଘଣ୍ଟା ଶବ୍ଦରେ ହୋଇଥାଏ । ଖୁବ୍ ଗର୍ବର ସହ ଆମେ ନିଜକୁ ସର୍ବଧର୍ମ ସମନ୍ଵୟର ଭାରତ ବୋଲି କହିଥାଉ । ଏ ଦେଶ ଯେଉଁଠି ନାରୀକୁ ଦେଵୀ କହି ପୂଜା କରାଯାଏ । ଏ ସେଇ ଦେଶ ଯେଉଁଠି ଆଶ୍ଵିନରେ ଦୁର୍ଗା , କାର୍ତ୍ତିକରେ କାଳୀ, ମାର୍ଗଶିରରେ ଲକ୍ଷ୍ମୀ, ମାଘରେ ବିଦ୍ୟାଦାତ୍ରୀ ସରସ୍ବତୀଙ୍କ ପୂଜା କରାଯାଏ । ଏଭଳି ଦେଶରେ ଯେପରି କୁକି ସମ୍ପ୍ରଦାୟର ମହିଳାଙ୍କୁ ସମ୍ପୁର୍ଣ୍ଣ ଉଲଗ୍ନ କରି ପ୍ୟାରେଡ୍ କରାଯିବା ସହ ଯୌନ ନିର୍ଯ୍ୟାତନା ଦିଆଯିବା ଘଟଣା ଆମ ମୁଣ୍ଡକୁ ଲଜ୍ଜାରେ ତଳକୁ କରିଦେଇଛି । ଏ ଘଟଣାର ତୁରନ୍ତ ସମାଧାନ ସହ ଯେପରି ଏହାର ପ୍ରଭାବ ଅନ୍ୟ କୌଣସି ରାଜ୍ୟ ଉପରେ ନପଡିବ ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି ।