ଆସନ୍ତା କାଲିଠାରୁ କମିବ ବର୍ଷା !

2
47
ଆସନ୍ତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୫/୧୦) : ଆସନ୍ତା କାଲିଠାରୁ ରାଜ୍ୟଉପରୁ ପଶ୍ଚିମବଙ୍ଗର ପଶ୍ଚିମଭାଗରେ ସକ୍ରିୟ ରହିଥିବା ଲଘୁଚାପର ପ୍ରଭାବ କମିବାରେ ଲାଗିଛି ।

ଯେଉଁଥିପାଇଁ ରାଜ୍ୟରେ ବର୍ଷାର ମାତ୍ରା ଧୀରେ ଧୀରେ କମିବ। ତେବେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ ରୁ ୧୧ ସାଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ସୂଚନାରୁ ପ୍ରକାଶ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଥିଲା । ତେବେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଥିଲା । ବିପଦ ସଂକେତ ଉପରେ ବୈତରଣୀ ଓ ଜଳକା ନଦୀ ପ୍ରବାହିତ ହେଉଛି ।

2 COMMENTS

Comments are closed.