Thursday, October 22, 2020
Home District News ଧାନ ଫସଲ ରେ ଅଜଣା ରୋଗ, କାମ ଦଉନି କୀଟନାଶକ,ଚିନ୍ତାରେ ଚାଷୀ

ଧାନ ଫସଲ ରେ ଅଜଣା ରୋଗ, କାମ ଦଉନି କୀଟନାଶକ,ଚିନ୍ତାରେ ଚାଷୀ

ରିପୋର୍ଟ – ନିରୋଜ କୁମାର ପାଣୀ //
ପଦ୍ମପୁର,ତା ୨୪ /୯/୨୦): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ଧାନ ଫସଲରେ ମାଡି ଚାଲିଛି ଅଜଣା ରୋଗ । କୃଷି ବିଭାଗ ଯେତେ ପ୍ରକାର ଔଷଧ ପକାଇବାକୁ ପରାମର୍ଶ ଦେଲେ ମଧ୍ୟ କୌଣସି ଗୋଟିଏ ବି କାମ କରୁନଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଆଖି ଆଗରେ ଫସଲ ଉଜୁଡି ଯାଉଥିବା ଦେଖି ଚାଷୀ କୁଳ ଚିନ୍ତାରେ ପଡିଯାଇଛନ୍ତି । ଚଳିତ ବର୍ଷ ଭଲ ଫସଲ ହୋଇଥିବା ବେଳେ ଚାଷୀମାନେ ଆଗୁଆ ବିଲକାମ ସାରିଥିଲେ ଭଲ ଅମଲ ହେବ ବୋଲି ଆଶା ରଖିଥିଲେ।ପ୍ରଥମେ ଲଘୁଚାପ ଜନିତ ଲଗାଣ ବର୍ଷା ଏବେ ରୋଗ ପୋକ ଯୋଗୁଁ ଧାନ ଫସଲ ସମ୍ପୂର୍ଣ ନଷ୍ଟ ହେବାକୁ ବସିଛି। ରୋଗ ପୋକ ଲାଗି ଧାନ ଗଛ ଗୁଡିକ ହଳଦିଆ ପଡି ପଚି ଯାଉଛି। ପ୍ରଥମେ ପ୍ରଥମେ କେବଳ ବୁଣା ଜମିରେ ଏହି ରୋଗ ପୋକ ଲାଗୁଥିଲା ।ଏବେ ରୁଆ ଜମିକୁ ବ୍ୟାପିଲାଣି। ଯେତେ ପ୍ରକାର କୀଟନାଶକ ବ୍ୟବହାର କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ପ୍ରଥମେ କୁମିର,ଚଣ୍ଡୀଭଟା,ଲଉଡିଦରହା ରେ ଏହି ରୋଗପୋକ ଦେଖିବାକୁ ମିଳିଥିଲା। ଏବେ ଝାରବନ୍ଧ ବ୍ଲକ ୧୪ଟି ପଞ୍ଚାୟତ ର ସମସ୍ତ ପଞ୍ଚାୟତ ର ବିଭିନ୍ନ ଗ୍ରାମ ମାନଙ୍କୁ ବ୍ୟାପିଲାଣି।ଏନେଇ କିଛି ଚାଷୀ କୃଷି ବିଭାଗ କୁ ଅବଗତ କରିବା ପରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଚାଷ ଜମି ବୁଲି ଦେଖିଥିଲେ ।ପ୍ଲାନ୍ଟୋମାଇସିନ,ସାଫ ସିକ୍ସର,ହିସ୍କୋକୁନାଜଳ ଆଦି କୀଟନାଶକ ସିଞ୍ଚନ କରିଥିଲେ ମଧ୍ୟ କୌଣସି ଲାଭ ହେଉନି।ଫଳରେ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କୃଷି ବିଭାଗ ତୁରନ୍ତ ଏକ ବିଶେଷଜ୍ଞ ଦଳ ପଠାଇ ରୋଗ ନିରାକରଣ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କ ରେ ବ୍ଲକ କୃଷି ଅଧିକାରୀ ପ୍ରଣୟ ମନ୍ତ୍ରୀ ଙ୍କୁ ପଚାରିବାରୁ ସେ ଏହାକୁ ପତ୍ରପୋଡ଼ା ରୋଗ ବୋଲି କହିବା ସହ ଚାଷୀମାନେ ଆମ ପରାମର୍ଶ ନ ମାନି ଦୋକାନୀ ଙ୍କ କଥାରେ ଔଷଧ ସିଞ୍ଚନ କରୁଥିବା କହିଥିଲେ । ଏଥିପ୍ରତି କୃଷିବିଭାଗ ଦୃଷ୍ଟି ଦିଅନ୍ତୁ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: