ଶିକ୍ଷୟିତ୍ରୀଙ୍କୁ ଡାକି ବଳାତ୍କାର କଲେ ଘରୋଇ ସ୍କୁଲ ମାଲିକ, ବାନ୍ଧିଲା ପୁଲିସ୍

1
55
ଶିକ୍ଷୟିତ୍ରୀଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୫/୧୦) : କାମ ବାହାନାରେ ଶିକ୍ଷକଙ୍କୁ ନିଜ ଚାମ୍ବରକୁ ଡାକିଲେ ଘରୋଇ ସ୍କୁଲ ମାଲିକ । ଆଉ ଏକୁଟିଆ ପାଇ ବଳାତ୍କାର କଲେ ।

ଶିକ୍ଷୟିତ୍ରୀଙ୍କୁ ଡାକି ବଳାତ୍କାର କଲେ ଘରୋଇ ସ୍କୁଲ ମାଲିକ । ଏହାର ଭିଡିଓ କରି ଭାଇରାଲ କରିବାର ଧମକ ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲେ । ଏପରି ଏକ ସାଂଘାତିକ ଘଟଣା ରାଜଧାନୀ ଦିଲ୍ଲୀର ଏକ ଘରୋଇ ସ୍କୁଲରେ ଘଟିଛି । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ପୁଲିସ୍‌ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଲିସ୍‌ ସୂଚନା ଅନୁଯାୟୀ, ଗତ ଫେବୃୟାରୀରେ ସ୍କୁଲ ମାଲିକ ଏକ ଜରୁରୀ କାମରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ନିଜ ଚାମ୍ବରକୁ ଡାକିଥିଲେ । ଶିକ୍ଷୟିତ୍ରୀ ଜଣକ ସ୍କୁଲ ଅଧ୍ୟକ୍ଷଙ୍କ ଚାମ୍ବରକୁ ଯିବାରୁ ସେଠାରେ ସେ ତାଙ୍କର ବଳାତ୍କାର କରିଥିଲେ । ଏଥିସହ ସେ ଏହାର ଭିଡିଓ ରେକର୍ଡିଂ କରିଥିଲେ । ଏହାପରେ ଉକ୍ତ ଭିଡିଓକୁ ଭାଇରାଲ କରିଦେବାର ଧମକ ଦେଇ ସେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ସହ ବାରମ୍ବାର ବଳାତ୍କାର କରି ଚାଲିଲେ ।

ଏହା ଅସହ୍ୟ ହେବାରୁ ଶିକ୍ଷୟିତ୍ରୀ ଜଣକ ନିଜ ସ୍ୱାମୀଙ୍କୁ ସବୁ କଥା କହିଲେ । ଏହାପରେ ଦମ୍ପତି ଏ ନେଇ ସ୍ଥାନୀୟ ଥାନାରେ ଗତ ୨୯ ତାରିଖରେ ଅଭିଯୋଗ କଲେ । ଏହାପରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା । ଏହାପରେ ଚୁହଡପୁର ଅଣ୍ଡରପାସ୍‌ ନିକଟରେ ଅଭିଯୁକ୍ତ ଯାଉଥିବା ବେଳେ ପୁଲିସ୍ ତାଙ୍କୁ ମାଡ଼ି ବସି ଗିରଫ କରିଥିଲ ।

1 COMMENT

Comments are closed.