ନାବାଳକ ଶ୍ରମିକ ମୃତ, ଦୁଇ ଗୁରୁତର

0
40
ନାବାଳକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୫/୧୦) : ୧୧ କେଭି ତାର ସମ୍ପର୍କରେ ଆସିଯିବାରୁ ନାବାଳକ ଶ୍ରମିକ ମୃତ ଏବଂ ଦୁଇ ଜଣ ଗୁରୁତର । ଜଣେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ସୂଚନା ।

ସୂଚନାନୁଯାୟୀ, ଭଦ୍ରକ ବାଇପାସ ନିକଟରେ ଗୃହ ନିର୍ମାଣ କାର୍ଯ୍ୟ ବେଳେ ଏହି କରେଣ୍ଟ ଲାଗିଥିଲା । ସେକ ଏସାନ ରାଜ ମିସ୍ତ୍ରୀଙ୍କ ସହିତ ଶ୍ରମିକ ଭାବରେ କାମ କରୁଥିବା ବେଳେ ରଡ୍‌ କାଟୁଥିବା ବେଳେ ରଡ୍‌ଟି ଇଲେଭେନ କେଭି ତାରରେ ଲାଗିଥିଲା । ଏଥିରେ ୩ ଜଣ ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା ମଧ୍ୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ ଶ୍ରମିକଙ୍କ ଘର ଧନାଟୋଲା, ନୂଆନଗର ବୋଲି ଜଣା ପଡ଼ିଛି । ଗୁରୁତର ମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଯାଇଛି ।