Friday, October 23, 2020
Home Cultural & Festival ଗ୍ଲୋବାଲ ୱେଷ୍ଟର୍ଣ୍ଣ ଓଡ଼ିଶା ର ଇ - ନୂଆଖାଇ ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ

ଗ୍ଲୋବାଲ ୱେଷ୍ଟର୍ଣ୍ଣ ଓଡ଼ିଶା ର ଇ – ନୂଆଖାଇ ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ

ରିପୋର୍ଟ: ସତ୍ୟଜିତ ବାରିକ //
ମାଞ୍ଚେଷ୍ଟର / ଦୁବାଇ/ ବେଙ୍ଗାଳୁରୁ / ନୂଆଦିଲ୍ଲୀ (୨୩/୯): ଗ୍ଲୋବାଲ ୱେଷ୍ଟର୍ଣ୍ଣ ଓଡ଼ିଶା ଦ୍ୱାରା ପ୍ରଥମ ଥର ପାଇଁ ଆୟୋଜିତ ଆନ୍ତର୍ଜାତିକ ଇ – ନୂଆଖାଇ ମହୋତ୍ସବ ଅବସରରେ ରଙ୍ଗାରଙ୍ଗ ଓ ରସାଦାର ସାଂସ୍କୃତିକ କାର୍ଯ୍ୟକ୍ରମ ର ଝଲକ ଦେଖିବାକୁ ମିଳିଥିଲା |

“ନୂଆଖାଇ ଭେଟଘାଟ – ୨୦୨୦” ଶୀର୍ଷକ ଏହି ଇଣ୍ଟରନେଟ ସମାରୋହ ରେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ସୁନାମ ଧନ୍ୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଆନିମେସନ ଜରିଆରେ ତାଙ୍କର ଅପୂର୍ବ କଳାଚାତୁର୍ଯ୍ୟ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକ ବୃନ୍ଦଙ୍କୁ ଚମତ୍କୃତ କରି ଦେଇଥିଲେ |

ଅନଲାଇନ ସାଂସ୍କୃତିକ ଅଧିବେଶନ ର ଅନ୍ୟାନ୍ୟ ବିଶେଷ ଆକର୍ଷଣ ମଧ୍ୟରେ ପ୍ରଭାସ ପତି, ସୋନାଲିକା ମିଶ୍ର, ଅର୍ଚ୍ଚନା ପାଢ଼ୀ, ଶାଶ୍ୱତ ତ୍ରିପାଠୀ, ସଞ୍ଜନା ମେହର, ନୀଳାଞ୍ଚଳ ପାନ, ପ୍ରଜ୍ୱଳ ଷଡ଼ଙ୍ଗୀ, ସୁମି ପୁଜାହାରୀ, କାବେରୀ ପ୍ରିୟଦର୍ଶିନୀ, ପଦ୍ମିନୀ ପାଣିଗ୍ରାହୀ, ସୁବ୍ରତ ସାହୂ, ସୁଶ୍ରୀ ରଶ୍ମି, ଅଭିଜୀତ ପାଢ଼ୀ ଓ ଜୟପ୍ରକାଶ ପୁଜାହାରୀ ପ୍ରମୁଖଙ୍କର ମନଲୋଭା ସଙ୍ଗୀତ ପରିବେଷଣ, ପୀତମ ମିଶ୍ର ଓ ସାଥୀ, ସ୍ୱପ୍ନା ମେହର ଓ ଟିମ୍ ଙ୍କର ଅର୍କେଷ୍ଟ୍ରା ମେଲୋଡି ପ୍ରସ୍ତୁତି, କଳାଜୀବି ବରଗଡ଼,ଯାଇପାଟଣା ର ରିଦିମ ଟିମ୍, ଜାୟା ଯୋଶୀ, ଆଭାରାଣୀ ସାହୁ, ଅଦ୍ଭୁତ ଶିଶୁ ଶ୍ରୀନିକାଙ୍କ ଦ୍ୱାରା ମନୋରଞ୍ଜକ ଓ ମନମୁଗ୍ଧକର ନୃତ୍ୟ ପ୍ରଦର୍ଶନ ଆଦି ଅନ୍ତର୍ଭୁକ୍ତ ଥିଲା |

ସମଗ୍ର ଆୟୋଜନ ଗ୍ଲୋଓ ର ସଭାପତି ଆଶୁତୋଷ ଦାସ, ସାଧାରଣ ସମ୍ପାଦକ ସତ୍ୟେନ୍ଦ୍ର ନାଥ ପଣ୍ଡା, ଆନ୍ତର୍ଜାତିକ ଉପଦେଷ୍ଟା ପ୍ରିତୀଶ ଦାଶ, ସନ୍ତୋଷ ମିଶ୍ର ଓ ବରିଷ୍ଠ ସଦସ୍ୟ ଗଜେନ୍ଦ୍ର ସାହୁ ପ୍ରମୁଖ ଙ୍କର ସକ୍ରିୟ ତଥା ସୁଦକ୍ଷ ତତ୍ୱାବଧାନରେ ସମ୍ପନ୍ନ ହୋଇଥିଲା | ଜାଗୃତି ରଥଙ୍କ ଦ୍ୱାରା ଡିଜିଟାଲ ମଞ୍ଚ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକର ସୁନ୍ଦର, ସାବଲୀଳ ଓ ସୁଚାରୁ ରୂପେ ଉପସ୍ଥାପନା, ଦର୍ଶକ ମାନଂକ ଦ୍ୱାରା ବେଶ ଆଦୃତ ହୋଇଥିଲା | ଚେନ୍ନାଇ ରୁ ସିଦ୍ଧାର୍ଥ ବାବୁ କଣ୍ଟ୍ରୋଲ ରୁମକୁ ଦକ୍ଷତା ର ସହିତ ନିୟନ୍ତ୍ରଣ କରିଥିଲେ | ୱେବ ଉତ୍ସବକୁ ପରିଚାଳନା କରିବାରେ ଗ୍ଲୋଓ ର ଉପସଭାପତି ମୋହିତ ମିଶ୍ର, ସଂଜୀବ ନନ୍ଦ , ଯୁଗ୍ମ ସମ୍ପାଦକ ସୀମିତା ଷଡ଼ଙ୍ଗୀ, ଅଜିତ ପତି, କୋଷାଧ୍ୟକ୍ଷ ରମାକାନ୍ତ ସାହୁ କାର୍ଯ୍ୟକାରୀ କମିଟି ସଦସ୍ୟ ମମତା ପ୍ରଧାନ ନାୟକ, ରଜନୀ ଭରଦ୍ୱାଜ, ରଜତ ରାଜ ପାଣିଗ୍ରାହୀ ଏବଂ ସୂର୍ଯ୍ୟ ବେହେରା ପ୍ରମୁଖ ସହଯୋଗ କରିଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: