ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ ଅଭିଯୋଗ

0
45
ବିଦ୍ୟାଳୟରୁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୫/୧୦) : ବୌଦ୍ଧ ଜିଲ୍ଲା ରାଧାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତକାଲି ରାତିରେ ୯ କ୍ୱିଣ୍ଟାଲ ମଧ୍ୟାନ ଭୋଜନ ଚାଉଳ ଚୋରି ହୋଇଥିବାର ସୂଚନା ମିଳିଛି ।

ଆଜି ସକାଳ ୯ ଘଣ୍ଟା ସମୟରେ ଗ୍ରାମର କିଛି ଲୋକ ପାଚେରୀ କଡରେ ଚାଉଳ ବସ୍ତା ଓ ଚାଉଳ ପଡିଥିବାର ଦେଖିବାକୁ ପାଇଥିଲେ । ଗ୍ରାମର ଏସ ଏ ଜି ମହିଳା ଗ୍ରୁପ ରନ୍ଧା ଖାଦ୍ୟର ଦାୟିତ୍ୱ ତୁଳାଉ ଥିବାରୁ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଗେଟ ର ତାଲା ଭାଙ୍ଗି ସହ ଗୋଦାମ ଘର ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ଚାଉଳ ଚୋରି କରିଥିବାର ଦେଖିବାକୁ ପାଇଁ ଥିଲେ । ସଙ୍ଗେ ସଙ୍ଗେ ପ୍ରଧାନ ଶିକ୍ଷକ କୁ ଖବର ଦେବାସହ ୧୧୨ କୁ ଫୋନ କରି ଜଣାଇଥିଲେ ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ଓ ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ କହିଥିଲା । ସ୍କୁଲ ର ପ୍ରଧାନ ଶିକ୍ଷକ ବିସିକେଶନ ବେହେରା ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରି ଥିଲା । ଗୋଟିଏ ମାସର ଚାଉଳ ଦେବା ବଦଳରେ ଏକ ସାଙ୍ଗରେ ୮ ରୁ ୧୦ ମାସର ଚାଉଳ ଷ୍ଟକ ଦିଆଯାଉଥିବାରୁ ଚୋର ର ଲୋଲୁପ ଦୃଷ୍ଟି ପଡି ଚୋରି ହେଉଥିବାର କୁହାଯାଉଛି । ଅଧିକ ଦୀନ ଚାଉଳ ଷ୍ଟକ ରହୁଥିବାରୁ ଚାଉଳ ରେ ପୋକ ଲାଗି ଯାଉଛି । ଏହି ପୋକରା ଚାଉଳ କୁ ଛାତ୍ର ଛାତ୍ରୀ ଖାଉଥିବାର ଅଭିଭାବକ ମାନଙ୍କର ପକ୍ଷରୁ ଅଭିଯୋଗ ହେଉଛି ।