ଜନ ସମ୍ପର୍କ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

0
79
ଜନ ସମ୍ପର୍କ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୫/୧୦) : ଜନ ସମ୍ପର୍କ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ।

ଓଡିଶାର ସାଢ଼େ ଚାରିକୋଟି ଜନତାଙ୍କ ମଉଡମଣୀ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ଵାନକ୍ରମେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧୀର କୁମାର ଦାସଙ୍କ ନେତୃତ୍ୱରେ ଜନ ସେବା କାବର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସହ ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆସନ୍ତା ଶନିବାର, ୭/୧୦/୨୩ ତାରିଖ ସକାଳ ୯.୩୦ ଘଣ୍ଟିକା ସମୟରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହେବ ।

ଜନ ସମ୍ପର୍କ ପଦଯାତ୍ରା ଗୁଣୁପୁର ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଶେଷ ହେବ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ଶାରକା, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧୀର ଦାସ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ଅନୂସୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ସୁଶ୍ରୀ ସରସ୍ବତୀ ମାଝୀ, ମାନ୍ୟବର ବିଧାୟକ ଗୁଣୁପୁର ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ ପ୍ରମୁଖ ଯୋଗଦାନ କରିବେ ।

ତେଣୁ ଗୁଣୁପୁର ବ୍ଲକ, ରାମନାଗୁଡ଼ା ବ୍ଲକ, ପଦ୍ମପୁର ବ୍ଲକ, ଗୁଡାରି ବ୍ଲକ, ଚନ୍ଦ୍ରପୁର ବ୍ଲକ ର ସମସ୍ତ ବିଜୁ ପ୍ରେମୀ (ବରିଷ୍ଠ, ଯୁବ, ଛାତ୍ର ଓ ମହିଳା କର୍ମୀ) ଉକ୍ତ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ମାତ୍ରାରେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ମାନ୍ୟବର ବିଧାୟକ ଗୁଣୁପୁର, ରଘୁନାଥ ଗମାଙ୍ଗ ଅନୁରୋଧ କରିଛନ୍ତି ।