Thursday, March 28, 2024

Top 5 This Week

Related Posts

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ବରିଷ୍ଠ ମତଦାତାଙ୍କୁ ସମ୍ମାନିତ କଲେ ଉପଜିଲ୍ଲାପାଳ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୩/୧୦) : ରାୟଗଡ଼ା ଜିଲ୍ଲାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସକୁ ରାୟଗଡ଼ା ଜିଲ୍ଲାରେ ନିଆରା ଭାବରେ ପାଳନ କରାଯାଇଅଛି ।WhatsApp Image 2023-10-05 at 09.42.16

ଏହି ଅବସରରେ ନୂତନ ଭାବେ ରାୟଗଡ଼ା ଉପଜିଲ୍ଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିଥିବା ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ ବରିଷ୍ଠ ମତଦାତାଙ୍କ ଘରକୁ ଯାଇ ସମ୍ମାନିତ କରିଛନ୍ତି । ରାୟଗଡ଼ା ପୌର ପରିଷଦର ବିଭିନ୍ନ ୱାର୍ଡରେ ଶହେ ବର୍ଷ ପୂର୍ତ୍ତି କରିଥିବା ମତଦାତାଙ୍କୁ ପୁଷ୍ପଗୁଚ୍ଛ ସହ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି । ଜିଲ୍ଲାପାଳ ରାୟଗଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ବୁଥ ସ୍ତରରେ ଏକ ଶହ ବର୍ଷ ପୂର୍ତ୍ତି କରିଥିବା ମତଦାତାଙ୍କୁ ସମ୍ପୃକ୍ତ ବୁଥ ସ୍ତରୀୟ ଅଧିକାରୀ, ସୂପରଭାଇଜର ତଥା ଅତିରିକ୍ତ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ମାନେ ବରିଷ୍ଠ ମତଦାତାଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ଏଭଳି ସ୍ଵତନ୍ତ୍ର ପ୍ରୟାସକୁ ଜିଲ୍ଲାବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

Popular Articles