Thursday, October 29, 2020
Home Corona Lockdown କୋଭିଡ ନିୟମ ଉଲଘଂନ କରି ବିବାହ ନାଚ ଗୀତ ଅଭିଯୋଗରେ ବାପ ପୁଅ ଗିରଫ

କୋଭିଡ ନିୟମ ଉଲଘଂନ କରି ବିବାହ ନାଚ ଗୀତ ଅଭିଯୋଗରେ ବାପ ପୁଅ ଗିରଫ

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡ଼ା (୨୩/୯): କୋଭିଡ-୧୯ ନିୟମ ଉଲ୍ଲଂଘନ କରି ପୁଅ ବାହାଘର କରିବା ମହଙ୍ଗା ପଡ଼ିଲା । ବାଲିଗୁଡ଼ା ଥାନା ତଗାକିଆରେ ୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ମେଳି କରି ପୁଅ ଘରେ ବାହାଘର ଚାଲିଥିବା ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ ।

ମାଇକ୍ ସେଟ୍ ସହ ବର ପିତା ଥାନାରେ ଅଟକ । ବାପ ପୁଅଙ୍କ ନାମରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ପୋଲିସ୍ । ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ସମୟରେ ବାଟାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ତଗାକିଆ ଗ୍ରାମର ପରମେଶ୍ୱର ମଲ୍ଲିକଙ୍କ ଘରେ ତାଙ୍କ ପୁଅ ନକୁଳ ମଲ୍ଲିକ ଓ ରେବିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ସାତାମାସ୍କା ଗ୍ରାମର ଲହଡ଼ା ମଲ୍ଲିକଙ୍କ ଝିଅ ପ୍ରୀତି ମଲ୍ଲିକଙ୍କ ସହ ବିବାହ ଉତ୍ସବ ଚାଲିଥିଲା, ହେଲେ କୋଭିଡ୍ ନିୟମକୁ ନମାନି ୨୦୦ରୁ ଉର୍ଦ୍ଧ୍ୱ ବନ୍ଧୁବାନ୍ଧବଙ୍କ ଗହଣରେ ନାଚଗୀତର ଆସର ଜମାଇ ବିବାହ ଉତ୍ସବ ଚାଲିଥିବା ଖବର ପହଁଚିଥିଲା ବାଲିଗୁଡ଼ା ପୋଲିସ୍ ପାଖରେ । ଥାନା ଅଧିକାରୀ ନିଜ ଟିମ୍ ସହ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ଘଉଡାଇବା ସହ ମାଇକ୍ ସେଟ୍ ଜବତ କରିଛି । ଘଟଣାରେ ବର ନକୁଳ ଓ ତାଙ୍କ ବାପା ପରମେଶ୍ୱରଙ୍କ ନାମରେ ମାମଲା ରୁଜୁକରି ଉଭୟ ଙ୍କୁ ଗିରଫ କରିଛି. ବାଲିଗୁଡା ଥାନା କେସ ୧୬୭/୨୦ କୋଭିଡ ଉଲଙ୍ଘନ ମାମଲା ରୁଜୁ ହୋଇ ଥିବା ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ ବେହେରା ସୂଚନା ଦେଇଛନ୍ତି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // ଜୁନାଗଡ଼ (୨୮/୧୦): କଳାହାଣ୍ଡି ତା.୨୮.୧୦.୨୦୨୦ ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି...

ରାୟଗଡ଼ା ସାମ୍ବାଦିକ ସୁଶାନ୍ତ ଦାସଙ୍କ ବଡବାପା ରତ୍ନାକର ଦାସଙ୍କ ପରଲୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୮/୧୦): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନ ନଗର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗୋପ୍ତିରା ଗ୍ରାମର ଶ୍ରୀଯୁକ୍ତ ରତ୍ନାକର ଦାସ ଙ୍କ ଗତ ରବିବାର ରାତ୍ର...

ଏସାର- ଗୁରୁକୁଳ ର ଭାରତ କାର୍ଯ୍ୟାଳୟ ଉଦଘାଟିତ

ରିପୋର୍ଟ: ସତ୍ୟଜିତ ବାରିକ // ଭୁବନେଶ୍ୱର / ନୂଆଦିଲ୍ଲୀ / ମାଞ୍ଚେଷ୍ଟର - ୨୭.୧୦): ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ...

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ରିପୋର୍ଟ: ଚିତ୍ତରଞ୍ଜନ ବାଗ // ଗୋଲାମୁଣ୍ଡା (୨୭/୧୦): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁଲିସ ଦ୍ଵାରା ଗତ କାଲି ସନ୍ଧ୍ୟା ସମୟରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଇଣ୍ଡି ମୁଣ୍ଡା ଠାରେ ଜଣେ ଯୁବକଙ୍କ ଶବ ଉଦ୍ଧାର...

Recent Comments

%d bloggers like this: