Related Contents

ଇଟାଭାଟି ରେ ବିଷାକ୍ତ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ବରଗଡ଼(ଚିତ୍ତ ରଞ୍ଜନ ସାହୁ): ବରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲଉନସରା ଠାରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି |

ଛତିଶଗଡ଼ ରାଜ୍ୟର ସାରଙ୍ଗ ଗଡ଼ ଜିଲ୍ଲା ବହମରପୁର ଗ୍ରାମର ଦୀନାନାଥ ଚୌହାନ ଓ ତାଙ୍କ ସ୍ତ୍ରୀ ସୁମନ ଚୌହାନ(୩୦ବର୍ଷ) ବରଗଡ଼ ଲଉନସରା ର ସୁରେନ୍ଦ୍ର ସାହୁଙ୍କ ଇଟା ଭାଟି ରେ କାମ କରୁଥିଲେ | ଉଭୟ ଦମ୍ପତି ରାତିରେ କାମ ସାରି ଇଟାଭାଟି ପରିସରରେ ସୋଇଥିବା ବେଳେ ଏକ ବିଷାକ୍ତ ସାପ ସୁମନଙ୍କର ବାମ ହାତରେ ଦଂଶନ କରିଥିଲା | ସୁମଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |

Comments are closed.