Thursday, October 29, 2020
Home District News ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ରିପୋର୍ଟ – ନିରୋଜ କୁମାର ପାଣୀ //
ପଦ୍ମପୁର,ତା ୨୩ ୵ ୯ ୵ ୨୦):ପଦ୍ମପୁର ଉପଖଣ୍ଡ ରାଜଵୋରାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି।

ପାଇକମାଲ ବ୍ଲକ ଲଖମରା, ବାଦିକଟା, ଭେଙ୍ଗରାଜପୁର ପଞ୍ଚାୟତ ର ଚାଷୀ ମାନଙ୍କୁ ବୀମା କମ୍ପାନୀ ବୀମା ପ୍ରାପ୍ୟ ପ୍ରଦାନ ରେ ତଞ୍ଚକତା କରୁଥିବା ଏବଂ ପ୍ରଶାସନ, ଚାଷୀ ପ୍ରତିନିଧି ଏବଂ ବୀମା କମ୍ପାନୀ ଅଧିକାରୀଙ୍କ ପୂର୍ବରୁ ହୋଇଥିବା ଆଲୋଚନା ଅନୁଯାୟୀ କମ୍ପାନୀ ପ୍ରାପ୍ୟ ଦେବାକୁ ରାଜି ହୋଇଥିଲା। ହେଲେ ଏ ଯାଏ ଚାଷୀ ଙ୍କୁ ଗତ ୨୦୧୯ ବର୍ଷ ର ଖରିପ ଫସଲ ବୀମା ରାଶି ମିଳି ପରି ନାହିଁ। ଅନ୍ୟପଟେ କମ୍ପାନୀ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ର ଅଭିଯୋଗ ଚାଷୀ ଅନେ ବାରମ୍ବାର କରିଥିବା ବେଳେ ପ୍ରଶାସନ ଏ ବିଷୟ କୁ ଗୁରୁତ୍ୱ ସହିତ ନ ନେଉଥିବା ଅଭିଯୋଗ କରି ଆଜି ଚାଷୀ ମନେ ଗତ କାଲି ଲଖମରା କଲେଜ ଛକ ଠାରେ ରାସ୍ତା ରୋକ କରିଥିଲେ। ଫଳରେ ପଦ୍ମପୁର-ଜଗଦଲପୁର-ଛତିଶଗଡ଼ ରାଜରାସ୍ତା କୁ ଅବରୋଧ କରି ଆନ୍ଦୋଳନ ରାପନ୍ଥା ଅପଣେଇଥିଲେ ଚାଷୀ। ଝାରବନ୍ଧ ତହସିଲଦାର ଅନିଲ କୁମାର ହୋତା ଆନ୍ଦୋଳନ ସ୍ଥଳ କୁ ଯାଇ ଚାଷୀଙ୍କ ସହ ଆଲୋଚନା କରିଥିଲେ କିନ୍ତୁ କୌଣସି ଫଳ ବାହାରି ନଥିଲା । ପରେ ଚାଷୀ ମାନେ ନିଜସ୍ୱ ଆଲୋଚନା ପରେ ରାସ୍ତା ରୋକ ଛାଡିବା ସହ ଆଜି ପଦ୍ମପୁର ଉପଜିଲ୍ଲାପାଳ ଙ୍କ ଅଫିସ ଘେରାଉ ସହ ତାଲା ଖୋଲିବାକୁ ଦେଇ ନାହାନ୍ତି। ବହୁ ସଂଖ୍ୟା ରେ ଚାଷୀ ଯୋଗ ଦେଇ ସମ୍ପୂର୍ଣ କୋବିଡ଼ ନିୟମ ଅନୁଯାୟୀ ଆନ୍ଦୋଳନ ରେ ବସିଛନ୍ତି। ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ କୁ ଆସି ଚାଷୀ ମାନଙ୍କ ସହ କଥା ହୋଇ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଚାଷୀ ମନେ ବାଟ ଛାଡି ନଥିଲେ। ଫଳରେ ଉପଜିଲ୍ଲାପାଳ ନିରୁପାୟ ହୋଇ କାର୍ଯ୍ୟାଳୟ ସମ୍ମୁଖ ରୁ ଫେରି ଯାଇଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // ଜୁନାଗଡ଼ (୨୮/୧୦): କଳାହାଣ୍ଡି ତା.୨୮.୧୦.୨୦୨୦ ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି...

ରାୟଗଡ଼ା ସାମ୍ବାଦିକ ସୁଶାନ୍ତ ଦାସଙ୍କ ବଡବାପା ରତ୍ନାକର ଦାସଙ୍କ ପରଲୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୮/୧୦): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନ ନଗର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗୋପ୍ତିରା ଗ୍ରାମର ଶ୍ରୀଯୁକ୍ତ ରତ୍ନାକର ଦାସ ଙ୍କ ଗତ ରବିବାର ରାତ୍ର...

ଏସାର- ଗୁରୁକୁଳ ର ଭାରତ କାର୍ଯ୍ୟାଳୟ ଉଦଘାଟିତ

ରିପୋର୍ଟ: ସତ୍ୟଜିତ ବାରିକ // ଭୁବନେଶ୍ୱର / ନୂଆଦିଲ୍ଲୀ / ମାଞ୍ଚେଷ୍ଟର - ୨୭.୧୦): ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ...

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ରିପୋର୍ଟ: ଚିତ୍ତରଞ୍ଜନ ବାଗ // ଗୋଲାମୁଣ୍ଡା (୨୭/୧୦): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁଲିସ ଦ୍ଵାରା ଗତ କାଲି ସନ୍ଧ୍ୟା ସମୟରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଇଣ୍ଡି ମୁଣ୍ଡା ଠାରେ ଜଣେ ଯୁବକଙ୍କ ଶବ ଉଦ୍ଧାର...

Recent Comments

%d bloggers like this: