ବିଦ୍ୟୁତ ଆଘାତ ରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଗଲେ ଶହ, ଶହ ଆଦିବାସି

0
55
ବିଦ୍ୟୁତ ଆଘାତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୪/୧୦) : ବିଦ୍ୟୁତ ଆଘାତ ରେ ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ୧୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଚାଲି ଯାଇଥାନ୍ତା । ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଗଲେ ସାଧାରଣ ଲୋକେ ।WhatsApp Image 2023-10-04 at 10.22.55

ପ୍ରକାଶ ଯେ, ସ୍ଥାନୀୟ ବିଦ୍ୟୁତ ବିଭାଗ ର ଖାମ ଖିଆଲ ନୀତି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥାନ୍ତା ଖୋଦ ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ । ବି,ଦ୍ର ଯେ ମଙ୍ଗଳବାର ଦିନ ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ କରାଯାଇଥିଲା । ହେଲେ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ମୁଖ୍ୟ ଗେଟ କଡ଼ରେ ଇତି ମଧ୍ୟରେ ଏକ ଗଛ ଡାଳ ଭାଙ୍ଗି ବିପଦ ସଙ୍କୁଳ ଅବସ୍ଥାରେ ଏକ ଇଲେକ୍ଟ୍ରିକାଲ ପୋଲ ବା ଖମ୍ବ ରହିଥିବା ବେଳେ ଉକ୍ତ ଆଦିବାସି ସଙ୍ଘ କାର୍ଯ୍ୟକର୍ତ୍ତା ଙ୍କ ପ୍ରବଳ ଭିଡ ଥିବା ଓ ଉକ୍ତ ବିଦ୍ୟୁତ୍ ଖୁଣ୍ଟରେ ଅନେକ ଲାଗି ରହିଥିବା ବେଳେ ବିଦ୍ୟୁତ୍ ନ ଥିଲା ।

ବିପଦ ସଙ୍କୁଳ ଅବସ୍ଥାରେ ଥିବା ଉକ୍ତ ବିଦ୍ୟୁତ୍ ଖୁଣ୍ଟ ମରାମତି କରା ନ ଯିବା ଓ ତାହା ପୁଣି ସ୍ଥାନୀୟ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ବେଳେ ବିଭାଗୀୟ ଅଧିକାରୀ କିଭଳି କାର୍ଯ୍ୟ କରୁଛନ୍ତି ତାହା ସ୍ପଷ୍ଟ ଅନୁମେୟ । ବିଭାଗୀୟ ଏସ ଡି ଓ ଙ୍କ ସହ ଯୋଗାଯୋଗ ହୋଇ ପାରିନି, ଏପରିକି ତାଙ୍କ ସରକାରୀ ନମ୍ବର କୁ ଫୋନ୍ କଲେ ତାହା ବିଜି ଥିବା ଜଣାଯାଇଛି । ଏ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ କୌଣସି ବଡ ଧରଣ ର ଅଘଟଣ ଯେ ନ ଘଟିବ ତାହା କିଏ କହିବ ?