ରିପୋର୍ଟ : ରାକେଶ ମହାରଣା
କୋଦଳା, (୦୪/୧୦) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ବୁରୁଝରି ପଞ୍ଚାୟତର କନିଆରିବାଡି ଠାରେ ଜଣେ ଗ୍ରାମ ରୋଜଗାର ସେବକଙ୍କ ମୃତଦେହ ମିଳିଛି ।
ପାରିପାର୍ଷିକ ଅବସ୍ଥାକୁ ଦେଖି ଅନୁମାନ କରାଯାଇ ପାରିବ ଯେ ଏହା ଏକ ହତ୍ୟା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମୃତ ଶରୀର । ମୃତକ ଜଣକ ହେଲେ ରାଜୁ ମହାନ୍ତିଙ୍କ ପୁଅ ସୁଶୀଲ କୁମାର ମହାନ୍ତି । ସାନ ଉସ୍ତାପଡା ପଞ୍ଚାୟତରେ ଜିଆରଏସ୍ ଭାବେ କାର୍ଯ୍ୟରତ ଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ଘଟଣାର ଛାନବିନ କରୁଛି ।