Friday, October 23, 2020
Home Cultural & Festival ଗଣ୍ତାବଜା କଳାକାରଙ୍କୁ ଚିହ୍ନଟ କରି ପଞ୍ଜିକୃତ କରିବା ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି

ଗଣ୍ତାବଜା କଳାକାରଙ୍କୁ ଚିହ୍ନଟ କରି ପଞ୍ଜିକୃତ କରିବା ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି

ରିପୋର୍ଟ – ନିରୋଜ କୁମାର ପାଣୀ //
ପଦ୍ମପୁର, ତା ୨୨ ୵ ୯ ୵ ୨୦): ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକର ଲକ୍ଷେ ଘର ଗଣ୍ତା ସମାଜର ସଭାପତି ଶ୍ରୀ ଭୋଜରାଜ ବାଗ ଝାରବନ୍ଧ ବ୍ଲକ ବିଡିଓ ରୁନୁ ଲାକ୍ରାଙ୍କ ମାଧ୍ୟମରେ ଜିଲ୍ଲାପାଳ ବରଗଡ଼ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ବରଗଡ଼ ଜିଲ୍ଲାର ହେଉଛି ଏକ କଲାଶିକ୍ତ ମାଟି ।

କଳା ସଂସ୍କୃତିର ଚିରସାଥି ହେଉଛି ଗଣ୍ତା ବଜା କଳାକାର(ବଜନିଆ) । ଗଣ୍ତା ବଜା ବିବାହ ତଥା ପୂଜା ପାର୍ବଣରେ ସହଯୋଗ କରି ବିଭିନ୍ନ ଉତ୍ସବକୁ ମନୋରଞ୍ଜନ ତଥା ଚିତାକର୍ଷକ କରିଥାଏ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରି ଲୋକଙ୍କ ମନକୁ ହରଣ କରିଥାଏ । ମାତ୍ର ଚଳିତ ବର୍ଷ କୋଭିଡ – ୧୯ ପାଇଁ ଲକ୍ ଡାଉନ ସମୟରେ ପୂଜା ପାର୍ବଣ,ବିବାହ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଧ ହୋଇ ଯାଇଛି । ଯାହା ଦ୍ବାରା ଗଣ୍ତା ବଜନିଆ ମାନେ ପେଟ ପାଟଣାର ଚିନ୍ତାରେ ଦୟନୀୟ ବେସହାରା ଅବସ୍ଥାରେ ଜୀବନ ଯାପନ କରୁଛନ୍ତି । ତେଣୁ ବରଗଡ଼ ଜିଲ୍ଲାର ସମସ୍ତ ବ୍ଲକର ଗଣ୍ତାବଜା କଳାକାର ( ବଜନିଆ ) ମାନଙ୍କୁ ଚିହ୍ନୋଟ କରି ତଥା ପଞ୍ଜିକୃତ କରି ସରକାରୀ ଆର୍ଥିକ ସାହାର୍ଯ୍ଯ ପ୍ରଦାନ କରିବା ନିମନ୍ତେ ବରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଦାବି କରା ଯାଇଛି । ଦାବି ପତ୍ର ଦେବା ସମୟରେ ଲକ୍ଷେ ଘର ଗଣ୍ତା ସମାଜ ଝାରବନ୍ଦ ବ୍ଲକ ସଭାପତି ଭୋଜରାଜ ବାଗ, ମୋତିଲାଲ ବାଗ,ଦୌଲତ ତାଣ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହାର ଅବିକଳ ନକଲ ମୁଖ୍ୟମନ୍ତ୍ରୀଙ୍କର ଉଦ୍ଦେଶ୍ୟରେ ମଧ୍ୟ ପ୍ରଦାନ କରାଯାଇଛି ବୋଲି ଜଣାପଡେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: