Thursday, October 22, 2020
Home Business & Private ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ନୀତି ନିୟମ ନ ମାନିଲେ ରାଇସ ମିଲ ଉପରେ କଡା କାର୍ଯ୍ୟାନୁଷ୍ଠାନ...

ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ନୀତି ନିୟମ ନ ମାନିଲେ ରାଇସ ମିଲ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୨୨/୦୯): ବିନିକା ଅଂଚଳ ଜଳସେଚିତ ହୋଇଥିବାରୁ ଏହାର ପ୍ରାୟ ୯୫ ପ୍ରତିଶତ ଜମିରେ ଖରିଫ ୠତୁରେ ଧାନ ଚାଷ ହେଉଥିବାବେଳେ ରବି ଅର୍ଥାତ ଡାଲୁଆ ଋତୁରେ ପ୍ରାୟ ୮୦ ପ୍ରତିଶତ ଜମିରେ ଧାନ ଚାଷ ହେଉଛି ।

ଏହି ବିନିକା ଅଂଚଳରେ ପ୍ରାୟ ୧୭ ଟି ଚାଉଳ କଳ ଥିବା ଜଣା ପଡ଼ିଛି । ଏଥି ମଧ୍ୟରୁ କେତକ ଚାଉଳ କଳ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଗାଇଡ଼ ଲାଇନ ଓ ନୀତି ନିୟମକୁ ପାଳନ ନ କରି ବେଖାତିର କରୁଥିବା ଅଭିଯୋଗ ହେଉଛି। ଚାଉଳ କଳରୁ ବାହାରୁଥିବା ପାଉଁଶଗୁଣ୍ଡ ଅର୍ଥାତ ରାଖଡ଼କୁ ଏନେ ତେଣେ ଗଦାକରି ରଖି ଦେଉଥବାରୁ ବର୍ଷା ହେଲେ ବର୍ଷା ପାଣି ସହ ମିଶି ପାଉଁଶ ଗୁଣ ଚାଷୀଙ୍କ ଧାନ ଚାଷ ଜମି କୁ ପାଣି ମାଡିଯାଇଥାଏ ସେହିପରି ଚାଉଳ କଳ ର ବର୍ଜ୍ୟବସ୍ତୁ ତଥା ଦୂଷିତ ଜଳ ତଦ୍ରୁପ ଭାବେ ଚାଷୀର ଧାନ ଚାଷ ଜମିରେ ମାଡିଯାଇ ଥାଏ । ଯାହା ଫଳରେ ଚାଷୀ କ୍ଷତିର ସମ୍ବୁଖିନହୋଇଥାଏ ।ଖରା ସମୟରେ ପାଉଁଶ ଗୁଣ୍ଡ ସାମାନ୍ୟ ପବନ ହେଲେ ଉଡି ରାସ୍ତାରେ ଯା ଆସ କରୁଥବା ଲୋକଙ୍କ ଆଖିରେ ପଶିଯାଇଥାଏ । ଯାହାଫଳରେ ସେମାନେ ଆଖି ରୋଗରେ ପୀଡିତ ହେବାର ନଜିର ରହିଛି । କିଛିଦିନ ତଳେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀ ମାନେ ଏ ଅଞ୍ଚଳର କେତକ ରାଇସ ମିଳକୁ ଯାଇ ତଦନ୍ତ ପୂର୍ବକ ତନାଘନା କରିଥିବା ଜଣାପଡିଛି । ଯେଉଁ ରାଇସ ମିଲର ମାଲିକ ମନେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ନୀତି ନିୟମ କୁ ମାନୁନାହିଁ ନ୍ତି ସେମାନଂକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: