ସାଇବର କ୍ରାଇମ ରୋକିବା ପାଇଁ ଲମତାପୁଟ ପୋଲିସ ର ସଚେତନତା କାର୍ଯ୍ୟକ୍ରମ

0
83
ସାଇବର କ୍ରାଇମ

ରିପୋର୍ଟ : ଶିବ ବିଶୋୟୀ
କୋରାପୁଟ, (୦୪/୧୦) : ସାଇବର କ୍ରାଇମ ରୋକିବା ପାଇଁ ପୋଲିସ ର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ l ଲମତାପୁଟ ପୋଲିସ ଫାଣ୍ଡି ପରିସରେ ରେ ସାଇବର କ୍ରାଇମ କୁ ରୋକିବା ପାଇଁ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି lWhatsApp Image 2023-10-04 at 09.47.50

ମୁଖ୍ୟ ବଜାର ବ୍ୟବସାୟକ, ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷ, ଶିକ୍ଷକ, ସ୍ଥାନୀୟ ଜନ ପ୍ରତିନିଧି, ବିଭନ୍ନ ସରକାରୀ କର୍ମ ଚାରି ଉପସ୍ଥିତ ରହିଥିଲେ l SDPO ସଞ୍ଜୟ ମହାପତ୍ର କହିଛନ୍ତି ବିଭନ୍ନ ଶିକ୍ଷା ଅନୁଷ୍ଠାନ ରେ ସାଇବର କ୍ରାଇମ ବିଷୟରେ ସଚେତନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କ୍ରମ ଏବଂ ପ୍ରତିଯୋଗିତା ମାଧ୍ୟମରେ ସଚେତନତା କରାଯିବ । ସେହିଭଳି ସଚେତନ ରଥ ଆସି ବ୍ଲକ ର ସବୁଯାଗାକୁ ବୁଲି ସଚେତନ କରିବା ପାଇଁ ବିଭନ୍ନ କାର୍ଯ୍ୟକ୍ରମ କରାଯାଇଥିବା ନେଇ ଆଲୋଚନା କରିଥିଲେ । ମୁଖ୍ୟତଃ ସାଇବର କ୍ରାଇମ ଲୋନ ଦେବା କହି ଠକିବା ଏବଂ ବିଭନ୍ନ ଆସିଳ ଭିଡିଓ ମାଧ୍ୟମରେ ଲୋକଙ୍କୁ ବ୍ଲାକମିଲ କରି ଟଙ୍କା ଠକି ନେଉଛନ୍ତି ସାଇବର ଠକ ।

ତେବେ ଏହାକୁ ରୋକିବା ପାଇଁ ସମସ୍ତଙ୍କୁ ସଚେତନ କରାଇବା ସହ ଅନ୍ୟଙ୍କୁ ସଚେତନ କରାଇବା ପାଇଁ କହିଥିଲେ । ଅଞ୍ଚଳରେ ସାଇବର କ୍ରାଇମ ବଢ଼ିବାରେ ଲାଗିଛି ବ୍ୟାଙ୍କ ଖାତାରୁ କିପରି ଓଟିପି ହାତେଇ ବ୍ୟକ୍ତିଗତ ବ୍ୟାଙ୍କ ରୁ ଟଙ୍କା ଲୁଟ ହୋଇ ବାହାର ଦେଶକୁ ଚାଲିଯାଉଛି ତାହାର ଉଦାହରଣ ଦେଇଥିଲେ । ତେବେ ସମସ୍ତେ ସଚେତନ ହେବା ସହ ଅନ୍ୟକୁ ସଚେତନ କରିବା ପାଇଁ କହିଥିଲେ ।