ବିଜାପୁର ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି -୨୦୨୩”

0
56
ବିଜାପୁର ବିଦ୍ୟାଳୟରେ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୦୩/୧୦) : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ବିଜାପୁର ବିଦ୍ୟାଳୟରେ ଆଜି ଦିନ ପ୍ରାୟ ୧୧ ଟାରେ ଶିଶୁ ମହୋତ୍ସବ ସୁରଭି -୨୦୨୩” ଅନୁଷ୍ଠିତ ହୋଇଥିଲା ।WhatsApp Image 2023-10-04 at 09.47.13

କାର୍ଯ୍ୟକ୍ରମରେ ବିଜାପୁର କ୍ଲଷ୍ଟର ଅନ୍ତର୍ଗତ ୧୨ଗୋଟି ବିଦ୍ୟାଳୟ ର ଛାତ୍ରଛାତ୍ରୀ ଯୋଗେ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚନ୍ଦ୍ରପୁର ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଉମାକାନ୍ତ ମିଶାଲ, ସମ୍ମାନିତ ଅତିଥି ଭାବେ ଶ୍ରୀ ବାଳକୃଷ୍ଣ ବିହାରୀ, ମୁଖ୍ୟବକ୍ତା ଶ୍ରୀରାମନାଥ ପତ୍ରୀ (ପ୍ରଧାନଶିକ୍ଷକ), କାର୍ଯ୍ୟ ସମ୍ପାଦନ ର ମୁଖ୍ୟ ଶ୍ରୀଯୁକ୍ତ ନବୀନ କୁମାର ନନ୍ଦ (ବରିଷ୍ଠ ଶିକ୍ଷକ) ସଭାପତି ଶ୍ରୀ ବିଶ୍ଵନାଥ ସାହୁ CRCC ବିଜାପୁର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମଧ୍ୟରୁ ୪୫ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ୧୨ଟି ବିଦ୍ୟାଳୟ ର ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇ ସହଯୋଗ କରିଥିଲେ । ଶ୍ରୀଯୁକ୍ତ ମାଲୁ ବାରିକ ମଞ୍ଚ ପରିଚାଳନା କରୁଥିଲେ । ଶେଷରେ ସିଆରସିସି ବିଶ୍ଵନାଥ ସାହୁ ସମସ୍ତ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଉପସ୍ଥିତ ଛାତ୍ରଛାତ୍ରୀ ଓ ମଞ୍ଚାସିନ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।