ସ୍ଵାସ୍ତ୍ୟ କେନ୍ଦ୍ର ଠାରେ ଯକ୍ଷ୍ମା ରୋଗୀଙ୍କୁ ମାଗଣା ” ନିକ୍ସୟ” ପୋଷଣ କୀଟ ପ୍ରଦାନ

0
48
ସ୍ଵାସ୍ତ୍ୟ କେନ୍ଦ୍ର

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୦୩/୧୦) : ରାୟଗଡା ଜିଲ୍ଲା ଗୁଡ଼ାରୀ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ପରିସରରେ ଆଜି ଦିନ ୧୧.୩୦ମି ସମୟରେ ଗୁଡ଼ାରୀ ବିଡ଼ିଓ ଅନିଶା ଦାସଙ୍କ ସମେତ ଆଠ ଜଣ ବୈଦାନ୍ୟ ବ୍ୟକ୍ତି ୧୧ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ” ନିକ୍ସୟ ” ପୋଷଣ କୀଟ ପ୍ରଦାନ କରିଛନ୍ତି lWhatsApp Image 2023-10-04 at 09.46.39

ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନରେ ଏହି ଆଠ ଜଣ ବ୍ୟକ୍ତି ଅଞ୍ଚଳରେ ୧୧ ଜଣ ଯକ୍ଷ୍ମା ରୋଗୀଙ୍କୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ମାଗଣାରେ “ନିକ୍ସୟ” ପୋଷଣ କୀଟ ପ୍ରଦାନ କରିବେ ବୋଲି ସୂଚନା ମିଳିଛି l ଏହି ରୋଗୀ ମାନେ ମାଗଣାରେ ବର୍ତ୍ତମାନ ଗୁଡ଼ାରୀ ସ୍ଵାସ୍ତ୍ୟ କେନ୍ଦ୍ର ରୁ ଔଷଧ ପାଇବା ସହ ମାସିକ ୫୦୦ ଟଙ୍କା ପୁଷ୍ଟିକର ଖାଦ୍ୟ ନିମନ୍ତେ ଏବଂ ୨୫୦ ଟଙ୍କା ଗ୍ରସ୍ତ ଖର୍ଚ୍ଚ ନିମନ୍ତେ ଏଥିରେ ମୋଟ ୭୫୦ ଟଙ୍କା ପାଇଥାନ୍ତି l ଏହା ଛାଡ଼ ଏହି ୧୧ ଜଣଙ୍କୁ ମାସିକ ୩୦ ଟି ଅଣ୍ଡା, ମାଣ୍ଡିଆ ଚୁନା ୧ କେଜି, ଡାଲି ୧ କେଜି,ସହ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ମଧ୍ୟ ମାଗଣାରେ ଦିଆ ଯାଇଛି l

ପ୍ରକାଶ ଥାଉକି ବର୍ତ୍ତମାନ ଗୁଡ଼ାରୀ ସ୍ଵାସ୍ତ୍ୟ କେନ୍ଦ୍ରରୁ ୬୩ ଜଣ ବ୍ୟକ୍ତି ପ୍ରତି ମାସରେ ଔଷଧ ନେଇଥାନ୍ତି l ଏହି ୬୩ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ଆଜି ସ୍ଥାନୀୟ ବୈଦାନ୍ୟବ୍ୟକ୍ତି ମାନେ ପକାଇବା ପାଇଁ ଆସନ୍ତା ୬ ମାସ ପାଇଁ ଗ୍ରହଣ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲା ଡ଼ି.ଟି.ଓ ଡ଼କ୍ଟର ମମତା ସାହୁ, ଗୁଡ଼ାରୀ ଗୋଷ୍ଠୀ ସ୍ଵାସ୍ତ୍ୟ ଅଧିକାରୀ ଡ଼କ୍ଟର ଅରୂପା ନନ୍ଦ ବେହେରା, ବ୍ଲକ ବି.ପି.ଏମ୍ ମାନସ ରଞ୍ଜନ ବାରିକ, ବି ପି ସି, ଆର.ପି.ସି ନବୀନ କିଶୋର ମହାନ୍ତି, PHeO ରଶ୍ମିତା ମହାଁଙ୍କୁଡ ସମେତ ବୈଜ୍ଞବ୍ୟକ୍ତି ଗୁଡିକ ଉପସ୍ଥିତ ଥିଲେ l