Thursday, March 28, 2024

Top 5 This Week

Related Posts

କାନ୍ଥ ଭୁଶୁଡ଼ି ବାପା ମୃତ; ପୁଅ ଗୁରୁତର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୦୩/୧୦) : କାନ୍ଥ ଭୁଶୁଡ଼ି ବାପାର ମୃତ୍ୟୁ ଘଟିଥିବା ବେଳେ ପୁଅର ଅବସ୍ଥା ଗୁରୁତର ରହିଛି । ଏପରି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଜରଙ୍ଗୋଲୋଇ ଗାଁ’ରେ ।

ମୃତ ବ୍ୟକ୍ତି ଜଣଙ୍କ ହେଲେ କୁରୁନାଥ ସାନ୍ତା । ଆହତ ପୁଅକୁ ବଡ଼ଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଗତକାଲି ରାତିରେ କୁରୁନାଥ ଓ ତାଙ୍କ ପୁଅ ଘରେ ଶୋଇଥିଲେ । ସୁନ୍ଦରଗଡ଼ ଜିଲ୍ଲାରେ କିଛି ଦିନ ହେବା ଲଗାଣ ବର୍ଷା ଲାଗି ରହିଛି । ବର୍ଷା ପାଇଁ ମାଟି କାନ୍ଥଟି କୁରୁନାଥଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା । ପାଖରେ ଶୋଇଥିବା ପୁଅ ଉପରେ ମଧ୍ୟ କାନ୍ଥଟି ଅଳ୍ପ ପଡ଼ିଥିଲା । ବାପପୁଅଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଥିଲେ । କୁରୁନାଥଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସୁନ୍ଦରଗଡ଼ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଅର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି । ସୁନ୍ଦରଗଡ଼ ଜିଲ୍ଲାରେ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି ।

Popular Articles