Wednesday, November 25, 2020
Home District News ଘରେ ବିଦ୍ୟୁତ୍ ଵୋର୍ଡରୁ ନିଆଁ ବାହାରୀ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ସ୍ୱାମୀ, ସ୍ତ୍ରୀ ଗୁରୁତର

ଘରେ ବିଦ୍ୟୁତ୍ ଵୋର୍ଡରୁ ନିଆଁ ବାହାରୀ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ସ୍ୱାମୀ, ସ୍ତ୍ରୀ ଗୁରୁତର

ରିପୋର୍ଟ: କୈଳାସ ମାଳବିଶୋୟୀ //
ଚନ୍ଦ୍ରପୁର (୨୧/୯/୨୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ହନୁମନ୍ତପୁରୁ ପଞ୍ଚାୟତ ସଦର ମହକୁମାରେ ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ନିରଞ୍ଜନ ମୁଗୁଲିଙ୍କ ଘରେ ଇଲେକ୍ଟ୍ରି ଵୋର୍ଡରୁ ନିଆଁ ବାହାରୀ ଲକ୍ଷାଧିକ ଟଙ୍କାର, ସମ୍ପତ୍ତି ନଷ୍ଟ ହେବା ସହ ସ୍ବାମି ସ୍ତ୍ରୀ ଦୁଇଜଣ ଗୁରୁତର ଅବସ୍ଥାରେ ସ୍ଥାନୀୟ ଘରୋଇ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା ହେଉଛନ୍ତି ।

ଏଭଳି ଅଭାବନୀୟ ଘଟଣା ପାଇଁ ଗ୍ରାମବାସୀ ସମେତ ଦୁଃଖିତ। ସୂଚନା ମୁତାବକ ହନୁମନ୍ତପୁରୁ ମେନ୍ ରୋଡ କଡରେ ନିରଞ୍ଜନ ମୁଗୁଲି କପଡା ଓ ଟେଲର ଦୋକାନ କରିବା ସହ ନିଜର ପରିବାର ସହିତ ସେହି ଘରେ ରହୁଥିଲେ। ଆଜି ପ୍ରାୟ ପୂର୍ବାହ୍ନ ୧୧ଘଟିକା ସମୟରେ ମୁଗୁଲି ଟେଲର କାମ କରୁଥିବା ବେଳେ ଇଲେକ୍ଟ୍ରି ବୋର୍ଡରୁ ନିଆ କେତେବେଳେ ବାହାରୀ କପଡା ଆଦି ଜଳିବା ସହିତ ବିକ୍ରି ପାଇଁ ଥିବା ପେଟ୍ରୋଲରେ ନିଆ ଲାଗି ଜଳିବାରୁ ଧୂଆଁ ବାହାରିଵା ଦେଖି ନିରଞ୍ଜନ ଲୋକମାନଙ୍କୁ ଡାକପକାଇଥିଲେ ,କିଛି ଯୁବକ ସାହାସର ସହିତ ସବଷ୍ଟେସନରୁ ଲାଇନ କୁ କାଟିଦେଇଥିଲେ। ଲୋକମାନଙ୍କ ସହ ଶ୍ରୀ ମୁଗୁଲି ଓ ତାଙ୍କ ସ୍ତ୍ରୀ ସୁବାସୀନୀ ପୋଡିଯାଉଥିବା ଆସବାବ ପତ୍ର ବୋହିବାଭିତରେ ନିରଞ୍ଜନଙ୍କ ଗୋଡ ଓ ସ୍ତ୍ରୀଙ୍କ ଶରୀରରେ କିଛି ପୋଡିଯାଇଛି। ଏତଦ୍ ଵ୍ୟତୀତ ଟେଲର ମେସିନ୍, ଟିଭି, ଫ୍ରୀଜ୍, କୁଲର, ପେଟ୍ରୋଲ, ଡିଜେଲ ଆଦି ପୋଡିଯାଈ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟହେଉଥିବା ଦେଖି ସେହି ଗ୍ରାମର କେତେକ ଯୁବକ ଚନ୍ଦ୍ରପୁର ଦମକଳବାହିନିକୁ ଫୋନ ମାଧ୍ୟମରେ ଯଣାଇଥିଲେ।ଦମକଳବାହିନିଯାଇ ନିଆ ଲିଭାଇ ଥିଲେ।ଖବର ପାଇ ସରପଞ୍ଚ କାଉମୁନୀ ଶବର ଘଟଣା ସ୍ଥଳରେପହଞ୍ଚୀଥିଲେ।ତାହା ସହ ପଞ୍ଚାୟତ ତରଫରୁ ଯଥା ସମ୍ଭବ ସାହାଯ୍ୟ କରିବା ଓ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଗୋଚରକୁ ଆଣି ଅଧିକ ସହାୟତା ପାଇଁ ଚେଷ୍ଟା କରିବାକୁ ସରପଞ୍ଚ ପ୍ରତିଶୃତି ଦେଇଥିଲେ। ରାଜସ୍ବ ନିରୀକ୍ଷକ ଶ୍ରୀ ଵାପୁନୁ ବେହେରା ଘଟଣା ସ୍ଥଳରେ ପହଞ୍ଚି ପୋଡିଯାଇଥିବା ସମ୍ପର୍କରେ ଵିଷଦ ଵିଵରଣୀ ଚନ୍ଦ୍ରପୁରୁ ତହସିଲଦାର ଇପ୍ସିତ।ପାତ୍ର ନିକଟରେ ଦାଖଲ କରିଛନ୍ତି। ଏତେ ସମୟ ଵିତିଯାଇଥିଲେ ମଧ୍ୟ ଚନ୍ଦ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଓ ଵିଦ୍ବ୍ଯତ ବିଭାଗର କୌଣସି କର୍ମଚାରୀ ଙ୍କ ଦେଖା ନ ଥିଵାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଝରିଗାଁ ବ୍ଲକର ସ୍ବଚ୍ଛ ଭାରତ ମିଶନରେ ୩୧କୋଟିରୁ ଉର୍ଦ୍ଧ ଦୁର୍ନୀତି, ବିଡିଓ ଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ ଦାବି କଲେ କଂଗ୍ରେସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ // ନବରଙ୍ଗପୁର (୨୪/୧୧): ଝରିଗାଁ ବ୍ଲକର ସ୍ବଚ୍ଛ ଭାରତ ମିଶନ ଯୋଜୋନାରେ ୩୧ କୋଟିରୁ ଉର୍ଦ୍ଧ ଟଙ୍କାର ଦୁର୍ନୀତି ହୋଇଥିବାବେଳେ ଜିଲ୍ଲାର ୧୦ ଟି ବ୍ଲକ ଓ ୨...

ଗଛରେ ଝୁଲନ୍ତା ଶବ ଉଦ୍ଧାର

ରିପୋର୍ଟ : ମିନା ବେହେରା // ବନ୍ଧୁଗାଁ ତା ୨୪/୧୧/୨୦): ବନ୍ଧୁଗାଁ ଥାନା ଅନ୍ତର୍ଗତ କୁଟ୍ରାବେଡା ଗ୍ରାମ ପଞ୍ଚାୟତର ମଂଚାପଦର ଗ୍ରାମର ସୁଖିଆର ଖଞ୍ଜାକା ବୟସ ୨୦,କୌଣସି କାରଣ ଯୋଗୁଁ ପରିବାରଙ୍କୁ ନ ଜଣାଇ...

କ୍ରିକେଟ ଖେଳରେ ଜୀବନ ହାରିଲେ ଯୁବକ

ରିପୋର୍ଟ: ରାକେଶ ମହାରଣା // ବେଗୁନିଆପଡା ୨୨/୧୧): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବୁରୁଝୁରୀ ବାଲିବଣ ଠାରେ ପିଲାମାନେ କ୍ରିକେଟ ଖେଳୁଥିବା ସମୟରେ ଏକ ଅଭାବନିୟ ଘଟଣା କ୍ରମେ ଜଣେ ଖେଳାଳିଙ୍କ ମୁର୍ତ୍ୟୁ...

ବେଗୁନିଆପଡା ଠାରେ ମହିଳାଙ୍କ ଆତ୍ମହତ୍ୟା

ରିପୋର୍ଟ: ରାକେଶ ମହାରଣା // ବେଗୁନିଆପଡା (୨୩/୧୧): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ସ୍ଥାନୀୟ ବାଲିସାହି ଠାରେ ରବିବାର ଦିନ ଅପରାହ୍ନରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି l ମୃତ ମହିଳା...

Recent Comments

%d bloggers like this: