Thursday, October 22, 2020
Home District News ଗ୍ଲୋବାଲ ୱେଷ୍ଟର୍ଣ୍ଣ ଓଡ଼ିଶା ଦ୍ୱାରା ଆନ୍ତର୍ଜାତିକ ଇ - ନୂଆଖାଇ ପାଳନ

ଗ୍ଲୋବାଲ ୱେଷ୍ଟର୍ଣ୍ଣ ଓଡ଼ିଶା ଦ୍ୱାରା ଆନ୍ତର୍ଜାତିକ ଇ – ନୂଆଖାଇ ପାଳନ

ରିପୋର୍ଟ: ସତ୍ୟଜିତ ବାରିକ //
ମାଞ୍ଚେଷ୍ଟର / ଦୁବାଇ/ ବେଙ୍ଗାଳୁରୁ / ନୂଆଦିଲ୍ଲୀ (୨୧/୯): ପଶ୍ଚିମ ଓଡ଼ିଶାର ମହାନ ଓ ମର୍ଯ୍ୟାଦାଜନକ କଳା, ସଂସ୍କୃତି, ଐତିହ୍ୟ, ହସ୍ତତନ୍ତ ଓ ପର୍ଯ୍ୟଟନର ଭଣ୍ଡାରକୁ ଆନ୍ତର୍ଜାତିକ ସ୍ତରରେ ବ୍ୟାପକ ଭାବେ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରାଯିବାର ଆବଶ୍ୟକତା ରହିଥିବା କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ପ୍ରକାଶ କରିଛନ୍ତି |

ଗ୍ଲୋବାଲ ୱେଷ୍ଟର୍ଣ୍ଣ ଓଡ଼ିଶା (ଗ୍ଲୋଓ) ଦ୍ୱାରା ଆନ୍ତର୍ଜାତିକ ସ୍ତରରେ ପ୍ରଥମଥର ପାଇଁ ଆୟୋଜିତ ଅନଲାଇନ ନୂଆଖାଇ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରୀ ପ୍ରଧାନ, ମହାନଦୀ, ହୀରାକୁଦ ବନ୍ଧ ଭଳି ପଶ୍ଚିମ ଓଡ଼ିଶା ର ଗର୍ବ ଓ ଗୌରବର ସ୍ୱାକ୍ଷର ବହନ କରୁଥିବା ମାଇଲ ଖୁଣ୍ଟ ଗୁଡ଼ିକୁ ନେଇ ଏକ ବିଶ୍ୱସ୍ତରୀୟ ପ୍ରଦର୍ଶନୀ ଆୟୋଜନ କରାଯିବାକୁ ପ୍ରସ୍ତାବ ରଖିଥିଲେ| ଏ ଦିଗ ରେ ଗ୍ଲୋଓ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ମନ୍ତ୍ରୀ ଆହ୍ବାନ ଜଣାଇଥିଲେ |

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଗ୍ଲୋଓ ର ଆନ୍ତର୍ଜାତିକ ହ୍ୱାଟ୍ସଆପ ହେଲ୍ପ ଲାଇନ ନମ୍ବର ୯୩୦୫୪୫୪୯୯୮ ର ଶୁଭ ଉଦଘାଟନ କରିଥିଲେ | ସାରା ପୃଥବୀ ର ଜନସାଧାରଣ ଅସୁବିଧା ସମୟରେ ଗ୍ଲୋଓ ର ସାହାଯ୍ୟ ପାଇଁ ଏହି ନମ୍ବର ରେ ଯୋଗାଯୋଗ କରି ପାରିବେ | ଡିଜିଟାଲ ସମାବେଶରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରାକ୍ତନ ସାଂସଦ ବୈଜୟନ୍ତ ପଣ୍ଡା, ଗ୍ଲୋଓ ର ଡାକ୍ତରଶାଖାର ଶୁଭାରମ୍ଭ କରିଥିଲେ | ଏଥିରେ ଅନ୍ତର୍ଭୁକ୍ତ ଗ୍ଲୋଓ ର ଡାକ୍ତର ସଦସ୍ୟ ମାନେ ବିଶ୍ୱଭରି ରୋଗୀମାନଙ୍କୁ ସ୍ୱେଚ୍ଛାକୃତ ଭାବେ ସେବା ଓ ଚିକିତ୍ସା ଉପଲବ୍ଧ କରାଇବେ ବୋଲି ଜଣାଯାଇଛି |

ନୂଆଖାଇ ଭେଟଘାଟ ୨୦୨୦ ଶୀର୍ଷକ ଏହି ଭରଚୁଆଲ ଅଧିବେଶନ ରେ ପୃଥବିର୧୭ ଟି ଦେଶ ଓ ଭାରତ ବର୍ଷ ର ବିଭିନ୍ନ ସହରର ପ୍ରାୟ ୫୦୦୦ ପଶ୍ଚିମ ଓଡ଼ିଶା ର ଅଧିବାସୀ ଓ ଶୁଭେଛୁ ଯୋଗଦେଇଥିବା ଦେଖାଯାଇଥିଲା | ଉପସ୍ଥିତ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ସମ୍ପନ୍ନ ଅତିଥି ଓ ବକ୍ତାମାନଙ୍କ ମଧ୍ୟ ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହ ଦେଓ, ବିଧାୟକ ମୁକେଶ ମହାଲିଙ୍ଗ, ଦେବେଶ ଆଚାର୍ଯ୍ୟ, ପ୍ରାକ୍ତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ଯୁବନେତା ଇରାସିସ ଆଚାର୍ଯ୍ୟ, ଉଦ୍ୟୋଗପତି ଡ଼ି. ମୁରଲୀ କୃଷ୍ଣା, ବରିଷ୍ଠ ପ୍ରଶାସକ ଅରବିନ୍ଦ ପାଢ଼ୀ, ନନ୍ଦିତା ମିଶ୍ର, ବିଷ୍ଣୁପଦ ସେଠୀ, ମନୋରଞ୍ଜନ ପାଣିଗ୍ରାହୀ, ମହେଶ ପୂଜାରୀ, କୂଟନୀତିଜ୍ଞ ମଦନମୋହନ ସେଠୀ, ମାନସ ରାଜ ପଟେଲ, ଦିଲୀପ ରଥ, କଳା ଜଗତ ର ଜାଜ୍ୱଲ୍ୟମାନ ତାରକାଙ୍କ ମଧ୍ୟ ରେ ଦିବ୍ୟଦିଶା ମହାନ୍ତି,ଚିନ୍ମୟ ମିଶ୍ର, ଜିତେନ୍ଦ୍ର ମିଶ୍ର,ସବ୍ୟସାଚୀ ମହାପାତ୍ର ଓ ପ୍ରବୋଧ ରଥ ପ୍ରମୁଖ ସାମିଲ ଥିଲେ | ସେମାନେ ଓଡ଼ିଶାର ପଶ୍ଚିମାଞ୍ଚଳ ର ମାଟିର ମହକ ଓ କୃଷିଭିତ୍ତିକ ପର୍ବ ନୂଆଖାଇ ର ମହତ୍ୱ ସମ୍ପର୍କ ଆଲୋକପାତ କରିଥିଲେ | ସମଗ୍ର ବିଶ୍ୱ ର ଜନସାଧାରଣଙ୍କୁ ଗୋଟିଏ ଇଣ୍ଟରନେଟ ମଞ୍ଚରେ ଏକଜୁଟ କରାଇ ଗ୍ଲୋଓ ଯେଭଳି ଭାବେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ପୃଥବୀ ର ଅନ୍ୟତମ ମହାପାର୍ବଣର ରୂପ ଦେବାରେ ସକ୍ଷମ ହୋଇଛି, ଏହାକୁ ଅଭୁଦପୂର୍ବ ବୋଲି ବର୍ଣନା କରି ବକ୍ତାମାନେ ଅୟୋଜକମାନଙ୍କର ଭୁରି ଭୁରି ପ୍ରଶଂସା କରିଥିଲେ |

କାନାଡ଼ା ସ୍ଥିତ ଗ୍ଲୋଓ ର ବୟୋଜ୍ୟେଷ୍ଠ ପୃଷ୍ଠପୋଷକ ଅର୍ଜୁନ ପୁରୋହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ଗ୍ଳୋଓର ଯୁଗ୍ମ ସମ୍ପାଦକ ଅଜିତ ପତି ଧନ୍ୟବାଦ ଅର୍ପଣ କରିଥିଲେ | ଗ୍ଲୋଓ ର ସଭାପତି ଆଶୁତୋଷ ଦାସ, ସାଧାରଣ ସମ୍ପାଦକ ସତ୍ୟେନ୍ଦ୍ର ନାଥ ପଣ୍ଡା, ଆନ୍ତର୍ଜାତିକ ଉପଦେଷ୍ଟା ପ୍ରିତୀଶ ଦାଶ, ସନ୍ତୋଷ ମିଶ୍ର ଓ ବରିଷ୍ଠ ସଦସ୍ୟ ଗଜେନ୍ଦ୍ର ସାହୁ ପ୍ରମୁଖ ସଂପୂର୍ଣ୍ଣ ଉତ୍ସବର ଆୟୋଜନ ଓ ଏହାର ସୁପରିଚାଳନା କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ | ଜାଗୃତି ରଥ ସାଂସ୍କୃତିକ କାର୍ଯ୍ୟକ୍ରମର ସୁସଂଯୋଜନା କରିଥିଲେ | ବେଙ୍ଗାଲୁରୁରୁ ସମିତା ଷଡ଼ଙ୍ଗୀ ଏବଂ ମାଞ୍ଚେଷ୍ଟର ରୁ ମମତା ପ୍ରଧାନ ନାୟକ ମଞ୍ଚ ର ସୁସଂଚାଳନା କରିଥିଲେ | ଚେନ୍ନାଇ ରୁ ସିଦ୍ଧାର୍ଥ ବାବୁ କଣ୍ଟ୍ରୋଲ ରୁମକୁ ଦକ୍ଷତା ର ସହିତ ନିୟନ୍ତ୍ରଣ କରିଥିଲେ | ୱେବ ଉତ୍ସବ ରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ, ରମାକାନ୍ତ ସାହୁ, ମୋହିତ ମିଶ୍ର, ଆନନ୍ଦ ମେହର, ସଂଜୀବ ନନ୍ଦ, ସରୋଜ ଶର୍ମା ଏବଂ ରଜତ ବିଜୟଗଡ଼ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: