Wednesday, November 25, 2020
Home District News ସହାୟତାର ହାତ ବଢାଇଲା ପାୱାର ଅଫ୍ ୟୁନିଟି ଗ୍ରୁପ

ସହାୟତାର ହାତ ବଢାଇଲା ପାୱାର ଅଫ୍ ୟୁନିଟି ଗ୍ରୁପ

ରିପୋର୍ଟ: ଜଗନ୍ନାଥ ଦଳେଇ //
ଖଇରପୁଟ (୨୧/୦୯): ସମ୍ପ୍ରତି କରୋନା ଭଳି ମାରାତ୍ମକ ଭୂତାଣୁର ପ୍ରକୋପରେ ଅନେକ ପରିବାର ଆର୍ଥିକ ସଂକଟରେ ଗତି କରିବା ଦେଖାଦେଇଛି । ଅନେକ ଲୋକ ନିଜର ବୃତ୍ତି ହରାଇଛନ୍ତି ।

ଆର୍ଥିକ ସମସ୍ୟା ଚାରିଆଡ଼େ ହୁ ହୁ ହୋଇ ପ୍ରକମ୍ପିତ ହେଉଅଛି । ଦିନ ମଜୁରିଆ ପରିବାରର ଅନେକ ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ା ପାଇଁ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଉଛି । ଏହିଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ପରକନମାଳା କଲୋନୀ ଗ୍ରାମର ଜଣେ ମେଧାବୀ ଛାତ୍ରୀ ରଶ୍ମିତା ହନ୍ତାଳ । ପାଠ ପଢ଼ିବାକୁ ଦୃଢ଼ ଇଚ୍ଛାଶକ୍ତି ଥିଲେ ମଧ୍ୟ ପରିସ୍ଥିତିର ମୁକାବିଲା କରିବା ତାଙ୍କ ପକ୍ଷେ ସମ୍ଭବପର ନ ଥିଲା । ଏକଥା ପାୱାର ଅଫ୍ ୟୁନିଟି ନାମକ ଏକ ସାମାଜିକ ଗଣମାଧ୍ୟମ ଗ୍ରୁପ ଜାଣିବା ପରେ ଶ୍ରୀଯୁକ୍ତ ସୁନିଲ କୁମାର ପଣ୍ଡା ନାମକ ଜଣେ ସଦସ୍ୟ ତାଙ୍କର ନାମଲେଖା ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦେବା ସହିତ ସମସ୍ତ ପାଠ୍ୟ ସାମଗ୍ରୀ ମଧ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି | ପ୍ରକାଶ ଥାଉକି ଏହି ଗ୍ରୁପ ବିଗତ ମାର୍ଚ୍ଚ ୧୭ ତାରିଖରେ ତିଆରି କରାଯିବା ମାତ୍ରେ ହିଁ ରକ୍ତ ଯୋଗାଡ କରିବା, କରୋନା ଭଳି ମାରାତ୍ମକ ଭୂତାଣୁ ଠାରୁ ଦୂରରେ ରହିବା ପାଇଁ ଜନ ସଚେତନତା ସୃଷ୍ଟି କରିବା, ଗରୀବ ଲୋକଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା, ପାଠପଢ଼ା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଆବଶ୍ୟକ ସ୍ଥଳେ ସମସ୍ତ ଆବଶ୍ୟକୀୟ ପାଠ୍ୟ ପୁସ୍ତକ ଏବଂ ଆର୍ଥିକ ସହାୟତା ଯୋଗାଇବା ଭଳି ଅନେକ ପ୍ରଶଂସନୀୟ କାର୍ଯ୍ୟ ସବୁ କରି ଆସୁଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଝରିଗାଁ ବ୍ଲକର ସ୍ବଚ୍ଛ ଭାରତ ମିଶନରେ ୩୧କୋଟିରୁ ଉର୍ଦ୍ଧ ଦୁର୍ନୀତି, ବିଡିଓ ଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ ଦାବି କଲେ କଂଗ୍ରେସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ // ନବରଙ୍ଗପୁର (୨୪/୧୧): ଝରିଗାଁ ବ୍ଲକର ସ୍ବଚ୍ଛ ଭାରତ ମିଶନ ଯୋଜୋନାରେ ୩୧ କୋଟିରୁ ଉର୍ଦ୍ଧ ଟଙ୍କାର ଦୁର୍ନୀତି ହୋଇଥିବାବେଳେ ଜିଲ୍ଲାର ୧୦ ଟି ବ୍ଲକ ଓ ୨...

ଗଛରେ ଝୁଲନ୍ତା ଶବ ଉଦ୍ଧାର

ରିପୋର୍ଟ : ମିନା ବେହେରା // ବନ୍ଧୁଗାଁ ତା ୨୪/୧୧/୨୦): ବନ୍ଧୁଗାଁ ଥାନା ଅନ୍ତର୍ଗତ କୁଟ୍ରାବେଡା ଗ୍ରାମ ପଞ୍ଚାୟତର ମଂଚାପଦର ଗ୍ରାମର ସୁଖିଆର ଖଞ୍ଜାକା ବୟସ ୨୦,କୌଣସି କାରଣ ଯୋଗୁଁ ପରିବାରଙ୍କୁ ନ ଜଣାଇ...

କ୍ରିକେଟ ଖେଳରେ ଜୀବନ ହାରିଲେ ଯୁବକ

ରିପୋର୍ଟ: ରାକେଶ ମହାରଣା // ବେଗୁନିଆପଡା ୨୨/୧୧): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବୁରୁଝୁରୀ ବାଲିବଣ ଠାରେ ପିଲାମାନେ କ୍ରିକେଟ ଖେଳୁଥିବା ସମୟରେ ଏକ ଅଭାବନିୟ ଘଟଣା କ୍ରମେ ଜଣେ ଖେଳାଳିଙ୍କ ମୁର୍ତ୍ୟୁ...

ବେଗୁନିଆପଡା ଠାରେ ମହିଳାଙ୍କ ଆତ୍ମହତ୍ୟା

ରିପୋର୍ଟ: ରାକେଶ ମହାରଣା // ବେଗୁନିଆପଡା (୨୩/୧୧): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ସ୍ଥାନୀୟ ବାଲିସାହି ଠାରେ ରବିବାର ଦିନ ଅପରାହ୍ନରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି l ମୃତ ମହିଳା...

Recent Comments

%d bloggers like this: