ରାୟଗଡା ଠାରେ ମହାତ୍ମା ଗାନ୍ଧୀ ଏବଂ ଶାସ୍ତ୍ରୀଜୀଙ୍କ ଜୟନ୍ତି ପାଳନ

0
80
ରାୟଗଡା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨/୧୦) : ରାୟଗଡା ଜିଲ୍ଳା ପ୍ରଶାସନର ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ ସୈାଜନ୍ୟତାରେ ରାୟଗଡା ଜିଲ୍ଳା ସଦର ମହକୁମାର ସ୍ଥାନୀୟ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତି ପାଳିତ ହୋଇଯାଇଛି ।WhatsApp Image 2023-10-02 at 17.56.45

ଏହି ଅବସରରେ ବିଭାଗ ପକ୍ଷରୁ ସହରରେ ପ୍ରାତଃ ରାମଧୂନ ପ୍ରଚାର ହୋଇଥିବା ବେଳେ ସକାଳ ସାଢେ ୬ଟା ସମୟରେ ସ୍ଥାନୀୟ ଗଜପତି ଛକ ଠାରେ ମାନବ ଶୃଙ୍ଖଳ ସହ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତୀମାନଙ୍କୁ ନେଇ ସଂର୍କୀତନର ତାଳେ ତାଳେ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଳା ପରିଷଦ ଅଧ୍ୟକ୍ଷ ସରସ୍ୱତୀ ମାଝି, ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ, ରାୟଗଡା ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା, ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତ, ପିଡି ୱାଟରସେଡ଼ ଡ଼ଃ ଦୟାନିଧି ବାଗ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଳା ସଂସ୍କୃତି ଅଧିକାରୀ ସୁଶ୍ମିତା ବାଉରୀଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସହରରେ ଥିବା ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ଅତିଥିମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯିବା ପରେ ଗାନ୍ଧୀ ପ୍ରମୋଦ ଉଦ୍ୟାନ ଠାରେ ସମବେତ ହୋଇଥିଲେ l

ସେଠାରେ ଅବସ୍ଥାପିତ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତି ମାନଙ୍କରେ ମାଲ୍ୟାର୍ପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଳବିହାରୀ ହିମାରିକl, ୱାକର୍ସ କ୍ଲବର ସଭାପତି ଓ ସଦସ୍ୟବୃନ୍ଦ, ଗୋପୀନାଥ ସାହୁ, ସତ୍ୟବାଦୀ ପତି, ଜଳନ୍ଧର ପୁଷିକା, ସୁରେନ୍ଦ୍ର ପ୍ରସାଦ ସାହୁ, ଜଗନ୍ନାଥ ପ୍ରସାଦ ରୟଗୁରୁ ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଯୋଗଦାନ କରି ମାଲ୍ୟାର୍ପଣ କରିଥିଲେ । ପରେ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା । ସେଠାରେ ମାନ୍ୟବର ମନ୍ତ୍ରୀ, ବିଧାୟକ ସମେତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ଓ ଡ଼ଃ ବାଦଲ କୁମାର ତାହା ମହାତ୍ମା ଗାନ୍ଧୀ ଏବଂ ଶାସ୍ତ୍ରୀଜୀଙ୍କ ସ୍ୱାଧୀନତା ସଂଗ୍ରାମୀ ଜୀବନୀ ଉପରେ ଆଲୋକପାତ କରିଥିବା ବେଳେ ଅହିଂସା ମାର୍ଗରେ ଗଲେ ସମାଜରେ ପରିବର୍ତନ ଆସେ ବୋଲି ଆଇନ ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଥିଲେ । ଉଚ୍ଚ ବିଦ୍ୟାଳୟ ସ୍ଥରୀୟ ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା lad1

ପରେ ମନ୍ତ୍ରୀ ଶ୍ରୀ ସାରକା, ବିଧାକୟ ଶ୍ରୀ ମୁଦୁଲି ଓ ଅନ୍ୟ ଅତିଥି ମାନେ ରାୟଗଡା ମହିଳା ମହାବିଦ୍ୟାଳୟ ଠାରେ ଗାନ୍ଧୀଜୀଙ୍କ ଜୀବନ ଦର୍ଶନ ଶୀର୍ଷକ ବିଷୟ ଉପରେ ଅନୁଷ୍ଠିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମହିଳା ମହାବିଦ୍ୟାଳୟର ଗର୍ଭର୍ଣ୍ଣିଂ ବଡି ସଭାପତି ଡଃ.ଦୁଷ୍ମନ୍ତ୍ କୁମାର ମହାନ୍ତି,ସାହିତ୍ୟ ଏକାଡେମୀ ସଦସ୍ୟ କବି ସୁଶାନ୍ତ କୁମାର ନାୟକ, ଡ଼ଃ ଅର୍ଚନା ପଟ୍ଟନାୟକ, ଶ୍ରୀନ୍ତି ସରସ୍ବତୀ ରାୟ ଆଦି ଗାନ୍ଧିଜୀଙ୍କ ଜୀବନ ଦର୍ଶନ ଉପରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଏଥିରେ ବରିଷ୍ଠ ମଂଜୁଶ୍ରୀ ମୁର୍ଖାଜୀଙ୍କ ସମେତ, ଅଧ୍ୟାପକ ରଘୁନାଥ ଭୁଇ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଜିଲ୍ଳା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।