Thursday, March 28, 2024

Top 5 This Week

Related Posts

ଇଡିତାଲ ଚିତ୍ରକଳା ଶିବିର ଉଦଯାପିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨/୧୦) : ଗତ ୨୮/୦୯/୨୦୨୩ ତାରିଖରୁ ଗୁଣପୁର ବ୍ଲକ ରିଜିଂତାଲ ଗ୍ରାମରେ ଆରମ୍ଭ ହୋଇଥିବା ଆଦିବାସୀ ଚିତ୍ରକଳା ଇଡିତାଲ ଚିତ୍ରକଳା ଶିବିର ଆଜି ତା ୦୨-୧୦-୨୦୨୩ ରିଖ ଦିନ ଉଦଯାପିତ ହୋଇଯାଇଛି ।

ରିଜିଂତାଲ ଓ ଆଖପାଖ ଅଞ୍ଚଳର ୫୨ ଜଣ କଳାକାର ଏହି ଶିବିରରେ ଯୋଗଦେଇ ଗ୍ରାମର ପ୍ରତ୍ୟେକ ଘରର ମୁହଁରେ ଇଡ଼ିତାଲ ଚିତ୍ର ଅଙ୍କିଥିଲେ । ଆଜିର ଉଦଯାପନୀ ଉତ୍ସବରେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ତଥା ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳାକାର ମାନଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନ ପୁଟାସିଂ ସରପଞ୍ଚ ଏସିଅ ଶବର ଯୋଗ ଦେଇଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, କଳାକାର ମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ, ଏହି ଇଡ଼ିତାଲ କଳାକୁ ବିଶ୍ୱ ଦରବାରରେ ପରିଚିତ କରିବା ପାଇଁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବେ । ଆଗାମୀ ଦିନରେ ରିଜିଂତାଲ ଗ୍ରାମରେ ଏକ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ନୂତନ କଳାକାର ସୃଷ୍ଟି କରାଯିବ । ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ ଅଧ୍ୟକ୍ଷତା କରିଥିବା ବେଳେ ଲଳିତ କଳା ଏକାଡେମୀର ସଚିବ ପଞ୍ଚାନନ ସାମଲ ସଯୋଜନା କରିଥିଲେ ।

Popular Articles