Friday, March 29, 2024

Top 5 This Week

Related Posts

“ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୦୧/୧୦) : ରାୟଗଡା ଜିଲ୍ଲା ଗୁଡ଼ାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ପରିପେକ୍ଷୀରେ ଗୁଡ଼ାରୀ ଡିଗ୍ରୀ କଲେଜ ର ଛାତ୍ରଛାତ୍ରୀ ମାନେ ଏକ ସଭା ଯାତ୍ରା ରେ ବାହାରି ସହର ପରିକ୍ରମା କରି ସ୍ଲୋଗାନ ଦେଇଥିଲେ l ମୁଖ୍ୟତଃ ଡ୍ରେନ୍ ରେ ଅଳିଆ ଆବର୍ଜନା ନପକାଇବ ପଲିଥିନ୍ ବେବହାର ସମ୍ପୂର୍ଣ୍ଣ ମନା କରିବା ଏନ୍ଏସି ଗାଡିରେ ଅଳିଆ ଆବର୍ଜନା ପକାଇବ ଏବଂ ବାହାରେ ଆଦୁ ଅଳିଆ ଆବର୍ଜନା ନ ପକାଇବ ପାଇଁ ସେମାନେ ସ୍ଲୋଗାନ ଦେଇଥିଲେ l

ଏହି କାର୍ଯ୍ୟକ୍ରମରେ ଗୁଡ଼ାରୀ ତହସିଲଦର ହୃଷୀକେଶ ପଣ୍ଡା, ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ଗୁଡ଼ାରୀ ଏନ୍ଏସି ଅଧ୍ୟକ୍ଷା ସରମିତା ଶବର, ଏନ୍ଏସି ସମସ୍ତ କାଉନ୍ସିଲର, ସ୍ଵୈଇଂ ସହାୟକ ଗୋଷ୍ଠୀ, ଡିଗ୍ରୀ କଲେଜ ଅଧ୍ୟକ୍ଷ ଅମୂଲ୍ୟ କୃଷ୍ଣ ପ୍ରଧାନ, ବୁଦ୍ଧିଜିବୀ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ l ଗୁଡ଼ାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏନ୍ଏସି କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହରର ବିଭିନ୍ନ ରାସ୍ତା ଓ କାର୍ଯ୍ୟଳୟ ସଫା କରିଥିଲେ l

Popular Articles