Thursday, October 29, 2020
Home Corona Breaking ବଣ୍ଡାଘାଟୀକୁ ଛୁଇଁ ପାରିଲାନି କରୋନା ମହାମାରୀ, ମାଲକାନଗିରି

ବଣ୍ଡାଘାଟୀକୁ ଛୁଇଁ ପାରିଲାନି କରୋନା ମହାମାରୀ, ମାଲକାନଗିରି

ରିପୋର୍ଟ୍ – ଜଗନ୍ନାଥ ଦଳେଇ //
ଖଇରପୁଟ (୨୦/୯ ): ଦୀର୍ଘ ୬ ମାସ ଧରି କୋରୋନା ମହାମାରୀ ତାର କାୟା ବିସ୍ତାର ସାରା ବିଶ୍ୱରେ କରିଚାଲିଛି ।

କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ କୋରୋନା ସଚେତନତା ବାର୍ତ୍ତା ପହଞ୍ଚା ଯାଇଥିବା ନେଇ ଅନେକ ନିଷ୍ପତି ନେଉଥିବା ବେଳେ ଉପାନ୍ତ ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ରହୁଥିବା ବଣ୍ଡାଘାଟୀକୁ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନି କରନା ମହାମାରୀ ସଚେତନତା ବାର୍ତ୍ତା । ମହାମାରୀ କାଳରେ ଆଦିବାସୀ ଇଲାକାରେ ପଡିଲାନି ସରକାରୀ ଅଧିକାରୀଙ୍କ ପାଦ । ଭାଇରସ ଭୟରେ ରହୁଥିବା ଲୋକଙ୍କ ଭଲମନ୍ଦ ବୁଝିବା ତ ଦୂରର କଥା ସଚେତନ କରିବାକୁ କେହି ଆସିଲେନି । କରନା ଜାଲରେ ଛନ୍ଦି ହୋଇଛନ୍ତି ମଣିଷ ସମାଜ। ଛିଡା ହୋଇଛି ଅଦୃଶ୍ୟ ପାଚେରୀ । ସାମାଜିକ ସମ୍ପର୍କ ଆଜି ଛିନଭିନ । ହେଲେ ବଣ୍ଡାଘାଟୀର ଆଦିବାସୀ ପଚାରୁଛନ୍ତି କରନା କଣ । ମାକ୍ସ ପିନ୍ଧିବା, ହାତ ଧୋଇବା ,ସାମାଜିକ ଦୂରତା ଓ ନିଜକୁ କିପରି ମହାମାରୀ ଠାରୁ ଦୂରେଇ ରଖିବା କିଛି ଜାଣି ନାହାନ୍ତି । ଏଠାରେ ବସବାସ କରୁଥିବା ବଣ୍ଡା ଆଦିବାସୀ ଜନଜାତି ଦୀର୍ଘ ୬ ମାସ ଧରି କରନା କଲବଳ କରୁଥିବା ବେଳେ ସାରା ଦୁନିଆରେ ଆତଙ୍କ ଖେଳିଯାଇଛି । କିନ୍ତୁ ଦେଖିବାକୁ ମିଳିଛି ମୁଡିଲିପଡା ଓ ହନ୍ଦ୍ରହଲ୍ ଦୁଇଟି ପଞ୍ଚାୟତରେ ୩୨ଟି ଗ୍ରାମର ପ୍ରାୟ ୫୦୦୦ ରୁ ଉର୍ଦ୍ଧ ଆଦିମ ଜନଜାତି ବାସ କରୁଛନ୍ତି । ହେଲେ ଗ୍ରାମର ଲୋକଙ୍କୁ ପଚାରିବାରୁ ସେମାନେ କରନା ରୋଗ ଉପରେ କିଛି ଜାଣି ନାହାନ୍ତି ବୋଲି ସଫା ସଫା ମନା କରିଦେଇଥିଲେ । ଏବେ ସୁଦ୍ଧା ବଣ୍ଡାଘାଟୀକୁ ଛୃଈ ପାରୁନାହିଁ କୋରୋନା ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // ଜୁନାଗଡ଼ (୨୮/୧୦): କଳାହାଣ୍ଡି ତା.୨୮.୧୦.୨୦୨୦ ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି...

ରାୟଗଡ଼ା ସାମ୍ବାଦିକ ସୁଶାନ୍ତ ଦାସଙ୍କ ବଡବାପା ରତ୍ନାକର ଦାସଙ୍କ ପରଲୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୮/୧୦): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନ ନଗର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗୋପ୍ତିରା ଗ୍ରାମର ଶ୍ରୀଯୁକ୍ତ ରତ୍ନାକର ଦାସ ଙ୍କ ଗତ ରବିବାର ରାତ୍ର...

ଏସାର- ଗୁରୁକୁଳ ର ଭାରତ କାର୍ଯ୍ୟାଳୟ ଉଦଘାଟିତ

ରିପୋର୍ଟ: ସତ୍ୟଜିତ ବାରିକ // ଭୁବନେଶ୍ୱର / ନୂଆଦିଲ୍ଲୀ / ମାଞ୍ଚେଷ୍ଟର - ୨୭.୧୦): ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ...

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ରିପୋର୍ଟ: ଚିତ୍ତରଞ୍ଜନ ବାଗ // ଗୋଲାମୁଣ୍ଡା (୨୭/୧୦): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁଲିସ ଦ୍ଵାରା ଗତ କାଲି ସନ୍ଧ୍ୟା ସମୟରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଇଣ୍ଡି ମୁଣ୍ଡା ଠାରେ ଜଣେ ଯୁବକଙ୍କ ଶବ ଉଦ୍ଧାର...

Recent Comments

%d bloggers like this: